ପୁରୀ ସମେତ ରାଜ୍ୟର ୩ ଜିଲ୍ଲାରେ ଆଜିଠୁ ସଟଡାଉନ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭେଣ୍ଡର ଜୋନ ନିଯୁକ୍ତ

1 min read

ପୁରୀ: ପୁରୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚାରିଟି ୱାର୍ଡକୁ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୯ଟାରୁ ସଟଡାଉନ ଆରମ୍ଭ ହୋଇ ୯ ଦିନ ଯାଏ ଅର୍ଥାତ ୩ ତାରିଖ ଯାଏ କଟକଣା ବଳବତ୍ତର ରହିବ।

୨୫ ନମ୍ବର ୱାର୍ଡର କିଛି ଅଞ୍ଚଳ ସମେତ ୨୬, ୩୧ ଓ ୩୨ ନମ୍ବର ୱାର୍ଡକୁ ସଟଡାଉନ ଘୋଷଣା କରାଯାଇଛି । ୟୁଥ୍ ହଷ୍ଟେଲ ଛକ ଠାରୁ କମଳା ମେଡିକାଲ ଛକ, ଘୋଡାବଜାର ଜୟୀରାଜଗୁରୁ ଛକ ଠାରୁ ରାମ ମନ୍ଦିର ଛକ, ଓଡିଶା ବେକରୀ ଛକ ଠାରୁ ଆଇଟିଆଇ ଛକ, ତାଳବଣିଆ ଅଞ୍ଚଳ, ସଂସ୍କୃତ ବିଦ୍ୟାଳୟ ସମେତ ସମୁଦ୍ରକୂଳ ଠାରୁ ପିଙ୍କ ହାଉସ ଦେଇ ସୁନାର ଗୌରାଙ୍ଗ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପୌରପାଳିକା ପକ୍ଷରୁ ଭେଣ୍ଡର ନିଯୁକ୍ତ କରାଯିବ । ସେହିପରି ଲକ୍ଷଣଥିବା ଲୋକ ପ୍ରଶାସନକୁ ଯୋଗାଯୋଗ କରିବାକୁ ପୁରୀ ଜିଲ୍ଲାପାଳ ଅପିଲ କରିଛନ୍ତି ।

ସେହିପରି ବରଗଡ଼ରେ ୨ଟି ପର୍ଯ୍ୟାୟରେ ସଟଡାଉନ ହୋଇଛି। ଗତକାଲି ରାତି ୯ ରୁ ଏହି କଟକଣା ଲାଗୁ ହୋଇଛି। ୨୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଟଡାଉନ କଟକଣା ଲାଗୁ ରହିବ । ସେହିପରି ୨୬ ତାରିଖ ରାତି ୯ରୁ ୨୮ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯାୟରେ ସଟଡାଉନ ଘୋଷଣା ହୋଇଛି । ବରଗଡ଼ ସବଡିଭିଜନର ବରପାଲି, ବରଗଡ଼, ଅମ୍ବାଭୋନା, ଅତାବିରା, ଭଟଲି, ଓ ଭେଡେନ ଆଦି ବ୍ଲକ ଓ ତହସିଲ ଅଂଚଳକୁ ସଟଡାଉନ ଘୋଷଣା କରାଯାଇଛି ।

ପୁଣି ବରଗଡ଼ ମୁନିସିପାଳଟି , ଅତାବିରା NAC ଓ ବରପାଲି NAC ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ପନିପରିବା ଦୋକାନ, ଫଳ ଦୋକାନ, କ୍ଷୀର ବୁଥ୍,ମେଡ଼ିକାଲ ଦୋକାନ, ସମେତ NH କଡ଼ରେ ଥିବା ଢ଼ାବା ପାର୍ଶଲ ପାଇଁ ଖୋଲା ରହିବ । ଟ୍ରକ ଯାତାୟତ ପାଇଁ କୌଣସି କଟକଣା ନାହିଁ । କରୋନା ସଂକ୍ରମଣ ଚେନ୍ ବ୍ରେକ ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ପୁରୀ ଏବଂ ବରଗଡ଼ ପରି କଳାହାଣ୍ଡିର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ପଞ୍ଚାୟତକୁ  ୭୨ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଞ୍ଜିଗଡ ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି । ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପୂରା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି। ଆଜିଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ୍ ସଟଡାଉନ କଟକଣା ବଳବତ୍ତର ରହିବ । କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି ।

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

Leave a Reply