ମନୋଜ ସିହ୍ନା ହେଲେ ଉପରାଜ୍ୟପାଳ, ଗିରିଶଙ୍କୁ ମିଳିବ ବଡ଼ ଦାୟିତ୍ୱ…

1 min read
Girish Chandra Murmu

ଜାମ୍ମୁ-କାଶ୍ମୀର: ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସିହ୍ନା । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସେପଟେ ଗିରିଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ବୁଧବାର ଗିରିଶ ମୁର୍ମୁ ରାଷ୍ଟ୍ରପତିଙ୍କ ନିକଟକକୁ ଇସ୍ତଫାପତ୍ର ପଠାଇଥିଲେ । କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଥିଲେ ଗିରିଶ ଚନ୍ଦ୍ର ମୁର୍ମୁ । ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରିଶଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । ୩୧ ଅକ୍ଟୋବର ୨୦୧୯ରେ ସେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ । ତେବେ ୯ମାସ ପରେ ପଦରୁ ଇସ୍ତଫା ଦେଇଛନ୍ତି । ଗିରିଶ ଦେଶର ଆଗାମୀ ସିଏଜି ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏବେ ଏହି ପଦବୀରେ ଥିବା ରାଜୀବ ମହର୍ଷିଙ୍କର କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି ।

Girish Murmu

ଗିରିଶ୍‌ ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏସ୍‌ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେଳ, ଜିସି ମୁର୍ମୁ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।

Leave a Reply