ଦାୟିତ୍ୱରୁ ଅବସରେ ନେଲେ ମନୋହର, ଆଇସିସିର ନୂଆ ଅଧ୍ୟକ୍ଷ ଏବେ କିଏ ହେବ..?

Manohar steps down as ICC Chairman a week early

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ପଦ ଛାଡ଼ିଲେ ଶଶାଙ୍କ ମନୋହର । ତାଙ୍କର ଦାୟିତ୍ୱ ଅବଧି ଶେଷ ହୋଇଛି । ଅଧ୍ୟକ୍ଷ ପଦରେ ଦୁଇଟି ଟର୍ମ ଅର୍ଥାତ୍‌ ୪ ବର୍ଷ ପୁରଣ କରିଛନ୍ତି ମନହୋର । ଗତ ୨୦୧୬ରୁ ସେ ଏହି ଗୁରୁ ଦାୟିତ୍ୱ ତୁଲାଇ ଆସୁଥିଲେ । ଆଇସିସିର ବିଭିନ୍ନ ମଡେଲରେ ଯେଉଁ ସବୁ ପରିବର୍ତ୍ତନ ହୋଇଛି, ସେଥିରେ ମନହୋରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଆଗାମୀ ସପ୍ତାହରେ ଅଧ୍ୟକ୍ଷପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମନୋହର ଗୋଟିଏ ସପ୍ତାହ ପୂର୍ବରୁ ପଦ ଛାଡ଼ି ଦେଇଛନ୍ତି ।

Manohar

ତେବେ ମନୋହରଙ୍କ ସ୍ଥାନରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ଇମ୍ରାନ୍‌ ଖ୍ୱାଜା । ହଙ୍ଗକଙ୍ଗର ଇମ୍ରାନ୍‌ ଖ୍ୱାଜା ଆଇସିସିର ପୂର୍ବରୁ ଡେପୁଟି ଚେୟାରମ୍ୟାନ୍‌ ଦାୟିତ୍ୱ ତୁଲାଉଥିଲେ ।

ତେବେ ମନୋହରଙ୍କୁ ଦିଆଯାଇଥିବା ଦାୟିତ୍ୱ ପ୍ରତି ତାଙ୍କର ଯେଉଁ ନିଷ୍ଠା ଥିଲା ଏବଂ ତାହା ସହିତ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବାକୁ ଇମ୍ରାନ ଖ୍ୱାଜା ଅନେକ ପ୍ରଶଂସା କରିଛନ୍ତି । ଆଇସିସିର ନିୟମାନୁସାରେ ଅଧ୍ୟକ୍ଷ ହେବାକୁ ହେଲେ କୌଣସି ପୂର୍ବତନ ବୋର୍ଡର ଚେୟାରମ୍ୟାନ ହୋଇଥିବା ଆବଶ୍ୟକ । ଅନ୍ୟପଟେ ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡର ସଦସ୍ୟ ହୋଇଥିବା ମଧ୍ୟ ଆବଶ୍ୟକ ।

Manohar

ବିସିସିଆଇର ପୂର୍ବତନ ସଭାପତି ମନୋହର ଡିସେମ୍ବର ମାସରେ ଘୋଷଣା କରିଥିଲେ ଯେ ସେ ତୃତୀୟ ଥର ପାଇଁ ସେ ଦାୟିତ୍ୱ ନେଇ ପାରିବେ ନାହିଁ । ବିସିସିଆଇର ବରିଷ୍ଠ ଅଧିକାରୀମାନେ ମନୋହରଙ୍କୁ ସମାଲୋଚନା କରିଥିଲେ, ଯେତେବେଳେ ‘ସ୍ରୋତ ତାଙ୍କ ବିପକ୍ଷରେ’ ଚାଲିଥିଲା । ବିସିସିଆଇର ଜଣେ ପୂର୍ବତନ ପ୍ରଶାସକଙ୍କ କହିବାନୁଯାୟୀ, ‘ଗତ ଅକ୍ଟୋବରରେ, ବିସିସିଆଇ ନୂତନ ଅଫିସ୍‌ ବିୟରର ମାନଙ୍କୁ ମନୋନୀତ କରିଥିଲା ଏବଂ ସେମାନେ ମନୋହରଙ୍କ ବିରୋଧରେ ଚକ୍ରାନ୍ତ ଆରମ୍ଭ କରିଥିଲେ ।’

Leave a Reply