ରାହୁଲଙ୍କ ଭବିଷ୍ୟ ପାଇଁ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ସୋନିଆ: ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତୁତ ‘ ଏ ପ୍ରମିସଡ୍ ଲ୍ୟାଣ୍ଡ’ ପୁସ୍ତକରେ କେବଳ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ନୁହେଁ, ବରଂ ତାଙ୍କ ମା ତଥା ଦଳର ବର୍ତ୍ତମାନର ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇଦେଇଛି । ଓବାମା ତାଙ୍କ ପୁସ୍ତକରେ ରାହୁଲଙ୍କୁ ଜଣେ ନର୍ଭସ ନେତା ଭାବରେ ବର୍ଣ୍ଣନା କରିବା ସହ ସୋନିଆଙ୍କୁ ନେଇ ତାଙ୍କ ମତ ପ୍ରକାଶ କରିଛନ୍ତି । ସେ ସୋନିଆଙ୍କୁ ନେଇ କହିଛନ୍ତି ଯେ, ସେ ମନମୋହନଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ କରିଥିଲେ କାହିଁକି ନାଁ ସେ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିବା ଦ୍ୱାରା କୌଣସି ବିପଦ ଅନୁଭବ କରୁ ନଥିଲେ । ସୋନିଆ ଗାନ୍ଧୀ ବହୁତ ଭାବଚିନ୍ତି ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ ଓବାମା ତାଙ୍କ ପୁସ୍ତକରେ ସ୍ପଷ୍ଟ କରିଛନ୍ତି ।

ରାହୁଲଙ୍କ ଭବିଷ୍ୟତ ପାଇଁ ହିଁ ସୋନିଆ ଗାନ୍ଧି ମନମୋହନଙ୍କୁ ବାଛିଥିଲେ

‘ଏ ପ୍ରମିସଡ୍ ଲ୍ୟାଣ୍ଡ’ରେ ଓବାମା ଲେଖିଛନ୍ତି, ଜଣେ ନୁହେଁ, ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, ସେ (ସୋନିଆ ଗାନ୍ଧୀ) ମନମୋହନ ସିଂଙ୍କୁ ଏଥିପାଇଁ ବାଛିଥିଲେ କାରଣ ମନମହୋନ କୌଣସି ଜାତୀୟ ରାଜନୈତିକ ଆଧାର ନଥିବା ବୃଦ୍ଧ ଥିଲେ ଯିଏ କି ତାଙ୍କ ପୁଅ ପାଇଁ କିଛି ବି ବିପଦ ସୃଷ୍ଟି କରିପାରିବ ନାହିଁ ବୋଲି ସେ ଚିନ୍ତା କରିଥିଲେ । ଆଉ ସେହି ସମୟରେ କଂଗ୍ରେସ ଦଳର ମୁଖ୍ୟ ହେବାକୁ ପ୍ରସ୍ତୁତ ହେଉଥିଲେ ତାଙ୍କ ୪୮ ବର୍ଷର ପୁଅ ରାହୁଲ ଗାନ୍ଧି । ଓବାମା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାସଭବନରେ ଆୟୋଜିତ ଏକ ରାତ୍ରୀ ଭୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସୋନିଆ ଏବଂ ରାହୁଲ ମଧ୍ୟ ସାମିଲ ହୋଇଥିଲେ।

ବିଭିନ୍ନ ବିଷୟରେ ହେଉଥିବା ଆଲୋଚନାକୁ ବାରମ୍ବାର ରାହୁଲଙ୍କ ଆଡ଼କୁ ନେଉଥିଲେ ସୋନିଆ: ଓବାମା

ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଆଲୋଚନା ସମୟରେ କିଛି କହିବା ଅପେକ୍ଷା ଅଧିକ ଶୁଣୁଥିଲେ, ପଲିସି ମ୍ୟାଟର୍ ଉପରେ ଭିନ୍ନ ଦୃଷ୍ଟିକୋଣରୁ ସିଂଙ୍କ ସହ ଭିନ୍ନ ଭିନ୍ନ ମତ ରଖିଥିଲେ ଏବଂ ଏହି ସମୟରେ ସୋନିଆ ବାରମ୍ବାର ତାଙ୍କ ପୁଅକୁ ଆଲୋଚନା ଭିତରକୁ ଟାଣୁ ଥିଲେ । ଓବାମା ଆହୁରି ଲେଖିଛନ୍ତି ଯେ, ‘ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି , ସୋନିଆ ସ୍ମାର୍ଟ ଏବଂ ଜ୍ଞାନୀ, ତେଣୁ ସେ ରାଜନୀତିରେ ବହୁତ ସକ୍ରିୟ । ଯଦି ଆମେ ରାହୁଲଙ୍କ କଥା କହିବା ତ,ରାହୁଲ ସ୍ମାର୍ଟ ଓ ଉତ୍ସାୟୀ ଦେଖାଯାଉଥିଲେ ଏବଂ ସେ ତାଙ୍କ ମା ପରି ସୁନ୍ଦର ମଧ୍ୟ ଥିଲେ । ପ୍ରଗତିଶୀଳ ରାଜନୀତିର ଭବିଷ୍ୟତ ବିଷୟରେ ସେ ନିଜର ମତ ମଧ୍ୟ ଦେଇଛନ୍ତି । ଆଉ ଏହି ଆଲୋଚନା ଭିତରେ ରାହୁଲ ଓବାମାଙ୍କ ୨୦୦୮ର ନିର୍ବାଚନର ପ୍ରଚାର ବିଷୟରେ କଥା ହୋଇଥିଲେ  । ଏହି ବାର୍ତ୍ତାଆଳାପ ଭିତରେ ରାହୁଲଙ୍କ ବାଚେଳାମୀ ଓ ବିକୃତ ଗୁଣଗୁଡ଼ିକ ସ୍ପଷ୍ଟ ହୋଇଯାଉଥିଲା । ସେହି ସମୟରେ ସେ ଜଣେ ଏପରି ଛାତ୍ର ଦେଖାଯାଉଥିଲେ ଯିଏ ପାଠ ପଢା ସରିବା ପରେ ଶିକ୍ଷକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭିତରୁ ତାଙ୍କ ପାଖରେ ଯୋଗ୍ୟତାର ଅଭାବ ଏବଂ କୌଣସି ବିଷୟକୁ ଆୟତ୍ତ କରିବାର କ୍ଷମତାର ଅଭାବ ଥିବା ସ୍ପଷ୍ଟ ବାରି ହେଇଯାଉଥିଲା ।

ଓବାମାଙ୍କ ସନ୍ଦେହ

ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ଡଃ ସିଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାବେଳେ ରାହୁଲଙ୍କ ସହ କ’ଣ ହୋଇଥିବ ? ସେ ଲେଖିଛନ୍ତି, ‘ସୋନିଆଙ୍କ ଦ୍ୱାରା ଲିଖିତ ଭାଗ୍ୟକୁ ପ୍ରମାଣିତ କରିବା ପାଇଁ କଣ ରାହୁଲଙ୍କୁ ପାସ୍ କରିଦିଆଯିଥିବ ନା ବିଜେପିର ରାଷ୍ଟ୍ରବାଦୀ ଚିନ୍ତାଧାରା ବିରୋଧରେ କଂଗ୍ରେସର ଦବଦବା ଏମିତି କାଏମ ରହିବ ?

Leave a Reply