ନେପାଳର ନୂଆ ନକ୍ସାକୁ ସମର୍ଥନ କରି ଫସିଲେ ମନିଷା କୋଇରାଲା

1 min read
Manisha Koirala tweets about Nepal's map gets flak from Indians.

ନୂଆଦିଲ୍ଲୀ: ଭାରତ-ନେପାଳ ସୀମା ବିବାଦ ଜଟିଳ ହେବା ପରେ ନେପାଳ ସରକାର ଜାରି କରିଥିବା ନୂଆ ନକ୍ସାକୁ ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା ସମର୍ଥନ କରିଛନ୍ତି । ସଂସଦର ଅନୁମୋଦନ ପରେ ଚଳିତ ମାସରେ ନେପାଳ କଳାପାଣୀ, ଲିପୁଲେକ ଓ ଲିମ୍ପିୟାଧୁରାକୁ ନେପଳ ନିଜ ମାନଚିତ୍ରରେ ଦର୍ଶାଇଛି । ଗତ ମଇ ମାସରେ ଭାରତ ଲିପୁଲେକ ନିକଟରେ ସଡକ ନିର୍ମାଣ କାମ ଆରମ୍ଭ କରିବା ପରେ ନେପାଳ ଭାରତର ଏହି କାର୍ଯ୍ୟକଳାପକୁ ନେପାଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି କହି ବିରୋଧ କରିଥିଲା । ଏହାପରେ ଭାରତ ସଫେଇ ଦେଇ କହିଥିଲା ଯେ ଭାରତ ନିଜ ଭୂଭାଗର ସୀମା ମଧ୍ୟରେ ହିଁ ଭିତ୍ତିଭୂମି ନିର୍ମାଣ କରୁଛି, ଏହା ନେପାଳର ଆଭ୍ୟନ୍ତରୀଣ ମାମଲା ହସ୍ତକ୍ଷେପ ନୁହେଁ । ସେହିଭଳି ଦୁଇ ଦେଶ ମଧ୍ୟରେ କୁଟନୈତିକ ଆଲୋଚନା କରି ଏହି ସମସ୍ୟାର ସମାଧାନ କରି ଦିଆଯିବ ବୋଲି ଭାରତ ଆଶ୍ୱସ୍ତ କରିଥିଲା । କିନ୍ତୁ ନେପାଳ କୁଟନୀତିକ ଆଲୋଚନା ନସରିବା ପୂର୍ବରୁ ହିଁ ନୂଆ ନକ୍ସା ଜାରି କରିଛି ।

ଅଭିନେତ୍ରୀ ମନିଷା କୋଇାରାଲା ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରି ଏକ ଟୁଇଟ୍ କରିଛନ୍ତି । ଟୁଇଟର ଉଲ୍ଲେଖ ରହିଛି ଯେ, କ୍ଷେତ୍ରୀୟ ସାର୍ବଭୌମତ୍ୱ + ରାଜନୀତିକ ସାର୍ବଭୌମତ୍ୱ +  ଆର୍ଥିକ ସାର୍ବଭୌମତ୍ୱ =ସାର୍ବଭୌମ ରାଷ୍ଟ୍ର । ତାଙ୍କ ପୋଷ୍ଟରେ ଜଣେ ଟୁଇଟର ୟୁଜର ତାଙ୍କୁ ପୋଷ୍ଟଟି ନେପାଳର ସ୍ଥିତିକୁ ନେଇ ହୋଇଛି କି ବୋଲି ପ୍ରଶ୍ନ କରିବା ପରେ ମନିଷା ଏହାର ଉତ୍ତର ରଖି ଲେଖିଛନ୍ତି ଯେ, ମୁଁ କେବଳ ଏତିକି ଭାବୁଥିଲି ଆଜି ନେପାଳର ସ୍ଥିତି କ’ଣ ଓ ଭବିଷ୍ୟତରେ ନେପାଳ ଏହି ପ୍ରସଙ୍ଗରେ କେଉଁ ଦିଗ ଆଡକୁ ମୁହାଁଇବ । ଏକଥା କହୁନି ଯେ ଏହି ନିଷ୍ପତ୍ତି ଠିକ କିମ୍ୱା ଭୁଲ୍ । ଏମତି କେବଳ ଭାବନା ଆସିଲା ।

 

 

ଏହାପରେ ଖୁବ୍ କମ୍ ସମୟ ମଧ୍ୟରେ ମନୀଷା କୋଇରାଲାଙ୍କ ଟ୍ୱିଟରରେ ସମାଲୋଚନା ହେବା ପରେ ସେ ଘଟଣା ଉପରେ ସଫାଇ ମଧ୍ୟ ଦେଇଛନ୍ତି । ନିଜ ଟ୍ୱିଟରରେ ଲେଖିଛନ୍ତି, ହୃଦୟରୁ ଅନୁରୋଧ ମୋ ବିରୋଧରେ ଆକ୍ରାମକ ଓ ଅପମାନଜନକ ଶଦ୍ଦର ବ୍ୟବହାର କରନ୍ତୁ ନାହିଁ । ଏବେକା ସ୍ଥିତିରେ ଆମେ ପରସ୍ପର ସହ ଅଛେ । ଆମ ସରକାର ଏହି ବିବାଦର ସମାଧାନ କରିଦେବେ । ଆମେ ଏହି ସମୟରେ ସଭ୍ୟ ଭଳି ବ୍ୟବହାର କରିପାରିବା ।

Leave a Reply