ବଲିଉଡ଼ର ପ୍ରଥମ ପସନ୍ଦ ମନୀଷ ମଲହୋତ୍ରା, ଏମିତି ଆରମ୍ଭ କରିଥିଲେ କ୍ୟାରିୟର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମନୀଷ ମଲହୋତ୍ରା ଏକ ଜଣାଶୁଣା ନାଁ । କାରଣ ବଲିଉଡ଼ର ସେଲିବ୍ରେସନ ମନୀଷଙ୍କ ବିନା ଅଧୁରା । ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ବଲିଉଡ଼ରେ ତାଙ୍କର ୨୬ ବର୍ଷ ପୂରଣ କରିଛନ୍ତି । ସେ ଏପରି ଏକ ପରିଚୟ ସୃଷ୍ଟି କରିଛନ୍ତି ଯେ ପ୍ରତ୍ୟେକ ସେଲିବ୍ରିଟି ମନୀଷଙ୍କ ଡିଜାଇନ୍ ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି ।

କରୀନା କପୁର, ପ୍ରିୟଙ୍କା ଚୋପ୍ରା, ସମସ୍ତଙ୍କ ପ୍ରଥମ ପସନ୍ଦ ହଉଛି ମନୀଷ ମାଲହୋତ୍ରା ଡିଜାଇନରେ ପ୍ରସ୍ତୁତ ପୋଷାକ । ତାଙ୍କ ଷ୍ଟାଇଲଠୁ ଆରମ୍ଭ କରି ସ୍ମାଇଲ ପର୍ଯ୍ୟନ୍ତ ସବୁ ଭିନ୍ନ । ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ଅନ୍ୟମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ  । ସେ ବର୍ତ୍ତମାନ ନିଜେ ଏକ ବ୍ରାଣ୍ଡ ହୋଇଯାଇଛନ୍ତି । ତେବେ ତାଙ୍କ ଜୀବନର କିଛି ଏମିତି ସମୟ ଥିଲା ଯେତେବେଳେ ତାଙ୍କୁ ମାତ୍ର ୫୦୦ ଟଙ୍କା ପାଇଁ ଏକ ବୁଟିକରେ କାମ କରିବାକୁ ପଡିଥିଲା ।

ମନୀଷଙ୍କ ଅନୁଯାୟୀ ତାଙ୍କ ଲକ୍ଷ୍ୟ ସର୍ବଦା ସ୍ପଷ୍ଟ ଥିଲା। ସେ ପିଲାଦିନରୁ ଫ୍ୟାଶନ ଡିଜାଇନିଂ କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ତାଙ୍କ ମା’ଙ୍କ ଫ୍ୟାଶନ ଉପରେ ଅନେକ ଟୁପ୍ସ ଦେଉଥିଲେ। ସେ ତାଙ୍କ ମାଆଙ୍କୁ କହୁଥିଲେ ଯେ କେଉଁ ଶାଢୀ ଭଲ ଏବଂ କେଉଁଟି ଭଲ ନୁହେଁ ।

ଏହି ଘଟଣାଟି ହୁଏତ ଆପଣଙ୍କୁ ସାମନ୍ୟ ଲାଗିଥାଇ ପାରେ କିନ୍ତୁ ଛୋଟବେଳରୁ ତାଙ୍କ ପ୍ରତିଭା ଦୃଶ୍ୟମାନ ହେଉଥିଲା । ଏହା ପରେ ମନୀଷ ସ୍କୁଲ ଏବଂ କଲେଜ ସମୟରେ ତାଙ୍କ ଡ୍ରଇଁରୁ ଅନେକ ନାଁ ଅର୍ଜନ କରିଥିଲେ । ଏହାପରେ ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । କିନ୍ତୁ ଏବେ ମନୀଷ ମାଲହୋତ୍ରା ଏକ ଆଇକନ୍ ହୋଇସାରିଛନ୍ତି ବୋଲି କହିବା ଭୁଲ୍ ହେବ ନାହିଁ । ସେ ଫ୍ୟାଶନ ଦୁନିଆରେ ଏକ ଉଜ୍ଜ୍ୱଳ ତାରକା ହୋଇପାରିଛନ୍ତି ଯିଏ ପ୍ରତ୍ୟେକ ପାର୍ଟିର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।

Leave a Reply