ବାହାରୁ କଟକ ସହର ଆସୁଥିବା ଲୋକଙ୍କ ହେଉଛି ପଞ୍ଜିକରଣ, ବୟସ୍କଙ୍କୁ ସ୍ୱତନ୍ତ୍ର ଧ୍ୟାନ

Mandatory registration of outsiders who coming CMC

ଭୁବନେଶ୍ୱର: କଟକ ମହାନଗର ନିଗମରେ କେମିତି ଚାଲିଛି କୋଭିଡ୍ ମୁକାବିଲା । କୃଷି ସଚିବ, ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । କଟକ ମହାନଗର ନିଗମରେ ୫୯ଟି ୱାର୍ଡରେ କମିଟି ଗଠନ କରାଯାଇଛି । କଟକରେ ୧୭୯ଟି ପୂଜା ଓ ସାହି କମିଟି ରହିଛି । ପୂଜା ଓ ସାହି କମିଟି ମଧ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ପ୍ରତି ୱାର୍ଡ ପାଇଁ ଜଣେ ଜଣେ ଅଧିକାରୀ ରହିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ପଞ୍ଜିକରଣ କରାଯାଉଛି ।

ସିଏମସି ପକ୍ଷରୁ ୧୦ ରାପିଡ୍ ରେସପନ୍ସ ଟିମ୍ ଗଠନ ହୋଇଛି । ଟିମରେ ଜଣେ ଏମବିବିଏସ୍ କିମ୍ବା ଆୟୁଷ ଡାକ୍ତର ଅଛନ୍ତି । ଟିମ୍ ଲୋକଙ୍କୁ ସଚେନତ କରାଇବା ସହ ପରୀକ୍ଷା କରୁଛି । ବରିଷ୍ଠ ନାଗରିକଙ୍କୁ ପୋଲିସ ପକ୍ଷରୁ ପୁସ୍ତିକା ଦିଆଯାଇଛି । ଯେଉଁଥିରେ ଗ୍ରୋସେରୀଠୁ ଆରମ୍ଭ କରି ପରିବା ସମସ୍ତ ସୂଚନା ଓ ଫୋନ୍ ନମ୍ବର ହୋମ୍ ଡେଲିଭରୀ ପାଇଁ ରହିଛି ।Mandatory registration of outsiders who coming CMC

ବସ୍ତି ଅଞ୍ଚଳ ପାଇଁ ମହିଳା ଆରୋଗ୍ୟ ସମିତି ଗଠନ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଏହା ଗଠନ କରାଯାଇଛି । ଏମାନେ ବସ୍ତି ଅଞ୍ଚଳରେ ସଚେତନତା କରିବା ସହ ପ୍ରଶାସନକୁ ଅବଗତ କରାଉଛନ୍ତି । କଟକ ଜିଲ୍ଲାରେ ଅଦ୍ୟାବିଧି ୫୩୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୧୨୬ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

Leave a Reply