ବିବାହ ପାଇଁ ବାରମ୍ବାର କହିବାରୁ ଗର୍ଭବତୀ ପ୍ରେମିକା ଉପରକୁ ଏସିଡ୍ ଫିଙ୍ଗିଲା ପ୍ରେମିକ

1 min read

ବରେଲୀ: ବିବାହକୁ ନେଇ ବିବାଦ ହେବାରୁ ୨୨ ବର୍ଷୀୟ ଗର୍ଭବତୀ ପ୍ରେମିକା ଉପରେ ଏସିଡ ମାଡ଼ କଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ । ଏସିଡ୍ ମାଡ଼ରେ ଗୁରୁତର ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ସଂଖ୍ୟାଲଘୁ ସମୁଦାୟର ଏବଂ ଅଭିଯୁକ୍ତ ଜଣଙ୍କ ଭିନ୍ନ ସମୁଦାୟର ହୋଇଥିବାରୁ ଯୁବକଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ପୀଡ଼ିତା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା ।

ପୋଲିସର ସୁଚନା ଅନୁଯାୟୀ, ‘ ପୀଡ଼ିତା ଜଣଙ୍କ ବିଏସସିର ଛାତ୍ରୀ ଅଟନ୍ତି । ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ଶୁନଶାନ ଜାଗାରେ ପୀଡ଼ିତାଙ୍କୁ ଅଟକାଇ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୀଡ଼ିତା ନିଜ ବୟାନରେ କହିଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି ଏବଂ ପ୍ରେମିକକୁ ବିବାହ ପାଇଁ କହିବାରୁ ତାଙ୍କ ଉପରକୁ ଏସିଡ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତକୁ ଖୋଜୁଛି ପୋଲିସ

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମହେଶ ପାଲ ଓରଫ ବଣ୍ଟୁ ବିରୋଧରେ ଆଇପିସି ଧାରା ୩୭୬ (ଦୁଷ୍କର୍ମ), ୩୨୬-ଏ (ଏସିଡ ମାଡ଼), ୩୪୩, ୩୧୩ ଏବଂ ୫୦୪ ଧାରା ଅଧିନରେ ମାମଲା ଦାଖଲ କରାଯାଇଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବାବେଳେ ପୋଲିସ ତାକୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

 

ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦୁଇ ମହିଳା କନେଷ୍ଟବଳ ବୁଧବାର ରାତିରେ ପୀଡ଼ିତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଏସିଡ ଭଳି କିଛି ଜ୍ୱଳନୀୟ ପଦୀର୍ଥ ପୀଡ଼ିତାଙ୍କ ଉପରେକୁ ଫିଙ୍ଗାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । କାନ୍ଧ ଏବଂ ବାହୁରେ ଅଧିକ କ୍ଷତ ଥିବାବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା  ।

Leave a Reply