ତୁ ନମିଳିଲେ ଆତ୍ମହତ୍ୟା କରିବି କହୁଥିବା ସ୍ୱାମୀ ଗହଣା ନେଇ ଫେରାର

କୋଲକାତା: ଫେସବୁକରେ ବନ୍ଧୁ ହେବା ପରେ ଯୁବତୀଙ୍କୁ ବିବାହ କଲା ଯୁବକ, ଆଉ ବିବାହ ପରେ ଧୋକାଦେଇ ଲୁଟି ନେଲା ଗହଣା ଓ ନଦଗ ଟଙ୍କା । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣଆ ସାମ୍ନାକୁ ଆସିଛି କୋଲକାତାର ସହରରୁ । ଯୁବତୀଙ୍କୁ ବିବାହ କରିବା ପରେ ୩ ଲକ୍ଷ ଟଙ୍କାର ଗହଣା ଏବଂ ୧ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଗଲା ସ୍ୱାମୀ । ଘଟଣା ଘଟିବା ପରେ ଯୁବତୀ ଜଣଙ୍କ ନିଜ ଶାଶୁ ଘର ସାମ୍ନାରେ ଖୁବ ହଙ୍ଗାମା କରିଛନ୍ତି ଏବଂ ୟୁପିର ଫତେହପୁର ପୋଲିସକୁ ନ୍ୟାୟ ପାଇଁ ବାଦି କରିଛନ୍ତି ।

ଯୁବତୀଙ୍କ କହିବା ଅନୁଯାୟୀ ବିବାହ ପୂର୍ବରୁ ଯୁବକ ଜଣଙ୍କ ତାଙ୍କୁ ଆତ୍ମହତ୍ୟାର ଧମକ ଦେଇଥିଲେ । ବିବାହ ନକଲେ ବ୍ଲେଡରେ ବେକ କାଟିଦେବି ବୋଲି ମହିଳା ଜଣଙ୍କୁ ସେ ଧମକ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିବାହ ପାଇଁ ଆତ୍ମହତ୍ୟା କରିଦେବା କଥା କହୁଥିବା ଯୁବକ ସ୍ତ୍ରୀର ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛି ।

ଏଭଳି ଠକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଯୁବତୀ ଜଣଙ୍କ ଦାବି କରିଛନ୍ତି । ସେ କୋଲକାତା ପୋଲିସ ସହାୟତାରେ ସ୍ୱାମୀଙ୍କୁ ଖୋଜିବା ପାଇଁ ୟୁପି ପୋଲିସଙ୍କୁ ନିବେଦନ କରିଛନ୍ତି ।

ମହିଳାଙ୍କ କହିବା ଅନୁଯାୟୀ, ଫେସବୁକରେ ଅଭିଷେକ ଆର୍ଯ୍ୟ ନାମକ ଜଣେ ଯୁବକଙ୍କ ସହ ତାଙ୍କ ବନ୍ଧୁତ୍ୱ ଆଗକୁ ବଢ଼ିଥିଲା । ପରିଚୟ ପାଇବା ପରେ ସେ ତାଙ୍କର ଦୂର ସମ୍ପର୍କୀୟବୋଲି ଜାଣିବାକୁ ପାଇଥିଲେ । ଏହାର କିଛି ଦିନ ପରେ ଅଭିଷେକ ଯୁବତୀ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ଏମିତିକି ବିବାହ ନକଲେ ବ୍ଲେଡରେ ତଣ୍ଟିକାଟି ଆତ୍ମହତ୍ୟା କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଯୁବତୀ ଜଣଙ୍କ ଆତ୍ମହତ୍ୟା କଥାକୁ ଗୁରୁତର ସହ ନନେବାରୁ ଅଭିଷେକ ଫ୍ଲାଇଟରେ ଦିଲ୍ଲୀରୁ କୋଲକାତା ପଞ୍ଚିଯାଇଥିଲେ ।

କୋଲକାତା ପହଞ୍ଚିବା ପରେ ଅଭିଷେକ ଯୁବତୀ ଜଣଙ୍କୁ ବୁଝାଇ ସୁଝାଇ ବିବାହ ପାଇଁ ରାଜି କରାଇଲେ । ଏହାପରେ ଦୁହେଁ କୋର୍ଟରେ ବିବାହ କରି ହୋଟେଲରେ ରହିଥିଲେ । ତେବେ ପିଡ଼ିତାଙ୍କ ମାଆ ଦାବି କରିଛନ୍ତି ଯେ ଏଭଳି ଠକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ଏହି ମାମଲାର ବିଧିବଦ୍ଧ ତଦନ୍ତ ହୋଇ ପିଡ଼ିତାଙ୍କୁ ନ୍ୟାୟ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply