ବାରହା ଫାସରେ ପଡ଼ି ଚାଲିଗଲା ପୁଣି ଏକ ନିରୀହ ଜୀବନ

ସୁନ୍ଦରଗଡ଼: ବାରହା ଫାସରେ ପଡ଼ି ଚାଲିଗଲା ପୁଣି ଏକ ନିରୀହ ଜୀବନ । ବାରହା ଧରିବା ପାଇଁ ବିଛା ଯାଇଥିବା କରେଣ୍ଟ ଜାଲରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ରସରାଜପୁର ଜଙ୍ଗଲରେ । ଖବର ପାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାଁ ପ୍ରଫୁଲ୍ଲ ଗଧି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ରାତିରେ ବାରହା ଧରିଵାକୁ ଵିଦ୍ୟୁତ ତାର ବିଛା ଯାଇଥିଲା । ଆଜି ଭୋର ସମୟରେ ବଡ଼ଵାହାଲ ଗାଁର ପ୍ରଫୁଲ୍ଲ ଗିଧ ଶୌଚ ପାଇଁ ଯାଇଥିବା ବେଳେ ସେଥିରେ ଛନ୍ଦି ହୋଇ ଯାଇଥିଲେ । ଆଜି ସକାଳୁ ଗାଁ ଲୋକେ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟଵଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଜାଲ କିଏ ବିଛାଇଥିଲା ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ଜଙ୍ଗଲରୁ ବାରହା ଆସି ଫସଲ ନଷ୍ଟ କରୁଥିବାରୁ ସେମାନଙ୍କ ପାଇଁ ଚାଷୀମାନେ କରେଣ୍ଟ ଜାଲ ବିଛାଇଥାନ୍ତି ।

Leave a Reply