କାମ ଛଡ଼ାଇ ନେଲା ଲକଡାଉନ୍, ଥାନା ଆଗରେ ଆତ୍ମହୁତି ଉଦ୍ୟମ

ବୁର୍ଲା: କରୋନା ପରେ ଦୁର୍ବିସହ ହୋଇପଡ଼ିଛି ଜୀବନ । କାମଧନ୍ଦା ବନ୍ଦ ପରେ ହାତ ବାନ୍ଧି ବସିଛି ମେହନତି ମଣିଷ । ୪ ପ୍ରାଣୀର ପେଟ ପୋଷିବା କଷ୍ଟକର । ଏଭଳି ସ୍ଥିତିରେ ଘର ଭଡ଼ା କେମିତି ଦେବେ ? ଏ ଚିନ୍ତାରେ ଘାଣ୍ଟି ଚକଟି ହେଉଥିବା ଶ୍ରମିକ ଶେଷରେ ଥାନା ଆଗରେ ଆତ୍ମହୁତି ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଶ୍ରମିକ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।ସମ୍ବଲପୁର ଧନୁପାଲି ଥାନା କୁମ୍ଭାରପଡ଼ାରେ ପରିବାର ସହ ପ୍ରାୟ ୩୦ ବର୍ଷ ହେଲା ଘର ଭଡ଼ା ନେଇ ଆସୁଛନ୍ତି ଭୋଳା ମହନ୍ତ । ଲକଡାଉନ୍ ଯୋଗୁଁ ଦିନ ମଜୁରୀ କରୁଥିବା ଭୋଳା ୨ ମାସର ଘର ଭଡ଼ା ଦେଇପାରି ନଥିଲେ । ଶେଷରେ ଘର ମାଲିକ ମରାମତି ବାହାନାରେ ଘର ଛାଡ଼ିବା ପାଇଁ କହିଥିଲେ । ତେବେ, ଲକଡାଉନରେ ଘର ଖୋଜିବା ସମ୍ଭବ ନୁହେଁ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏପରିକି କଥା ହାତାହାତି ଯାଏଁ ଯାଇଥିଲା । ଫଳରେ ଥାନାରେ ପହଞ୍ଚିଥିଲା ମାମଲା । କିନ୍ତୁ ଥାନାରୁ ନିରାଶ ହୋଇଥିଲେ ଭୋଳା । ପରେ ଥାନା ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply