ଶକ୍ତି ହରାଉଛି ଟିଏମ୍‌ସି: ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟ୍‌କା । ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା । ବରିଷ୍ଠ ନେତା ରାଜୀବ ବାନାର୍ଜୀଙ୍କ ସେମତ ୫ ନେତା ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ରାଜୀବ ଟିଏମ୍‌ସିରୁ ଇସ୍ତଫା ଦେଇଥଲେ ।

ରାଜୀବଙ୍କ ସହ ବିଧାୟକ ପ୍ରବୀର ଘୋଷାଲ, ବୈଶାଳୀ ଡାଲମିଆ, ହାୱଡାର ପୂର୍ବତନ ମେୟର ରତିମ ଚକ୍ରବର୍ତ୍ତୀ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚି ବିଜେପିର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ପ୍ରବୀର ଓ ବୈଶାଳୀଙ୍କୁ ନିକଟରେ ଟିଏମ୍‌ସିରୁ ବହିଷ୍କାର କରାଯାଇଥିଲା । ସେପଟେ ବଜେଟ୍‌ ଅଧିବେଶନ ପୂର୍ବରୁ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲା ଟିଏମ୍‌ସି ।

ଟିଏମ୍‌ସିର ସଂସଦୀୟ ଦଳ ନେତା ସନ୍ଦୀପ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୯ ବିରୋଧୀ ଦଳ ବର୍ଜନ କରିଥିଲେ । ଏହାକୁ ସରକାର ଗୁରୁତ୍ବର ସହ ନେଇ ଚାଷିଙ୍କ ସମସ୍ୟା ସମାଧାନ କରନ୍ତୁ ବୋଲି ସନ୍ଦୀପ ବୈଠକରେ କହିଥିଲେ ।

Leave a Reply