ଦିଦିଙ୍କ କରୋନା ରାଜନୀତି, ‘ବଙ୍ଗ’ରେ ପଶି ପାରିବନି ଆନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ

1 min read

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପଶି ପାରିବନି କେନ୍ଦ୍ର । କରିପାରିବନି କରୋନା ସ୍ଥିତିର ଆକଳନ । ସିବିଆଇ ଡର ନୁହେଁ ବରଂ ଲକଡାଉନ୍ ନିୟମ ଉଲ୍ଲଂଘନ ପରେ ଅକଳରେ ପଡ଼ିଛନ୍ତି ଦିଦି । ରାଜ୍ୟର କିଛି ସ୍ଥାନରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିଲା ମୁମ୍ବାଇ, ପୁଣେ, ଇନ୍ଦୋର, ଜୟପୁର, କୋଲକାତା ଆଦି ସହର ସହ ପଶ୍ଚିମବଙ୍ଗର ଅନ୍ୟ କିଛି ସ୍ଥାନରେ କରୋନା ସଂକ୍ରମଣର ସ୍ଥିତି ଗମ୍ଭୀର ରହିଛି । ଏହି ସ୍ଥାନ ଗୁଡ଼ିକରେ ଲକଡାଉନ୍ ନିୟମ ଉଲ୍ଲଂଘନ ସଂକ୍ରମଣକୁ ବ୍ୟାପକ କରିପାରେ ।

ସ୍ଥିତି ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ IMCTର ୬ ଜଣିଆ ଟିମ୍ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଏହି ଟିମ୍ ବିଭିନ୍ନ ସହର ଗସ୍ତ କରି କରୋନାର ସ୍ଥିତି ପରଖିବା ସହ କେନ୍ଦ୍ରକୁ ରିପୋର୍ଟ ଦେବ ।

ମମତା, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିବା ସହ ଏହା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା କହିଛନ୍ତି । ଟିମକୁ କିଛି ନିର୍ଦ୍ଦିଷ୍ଟ ସହରକୁ ପଠାଇବାର କଣ ମାନଦଣ୍ଡ କଣ ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଏହାର ଆଧାର ସ୍ପଷ୍ଟ ନକଲେ ଟିମକୁ ପଶ୍ଚିମବଙ୍ଗରେ ପୂରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ।

ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !

Leave a Reply