ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା ଘଟଣା, ୪ ଅଭିଯୁକ୍ତ କୋର୍ଟ ଚାଲାଣ

Malkangiri Murder Accused Forwarded To Court

କାଲିମେଳା: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ନନ୍ଦାଗୁଡା ଗାଁରେ ଗତ ଶୁକ୍ରବାର ଦିନ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡରେ ସାମିଲ ୪ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସାମିଲ୍ ୪ ଜଣ ଦେବା ବେଟୀ, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା ବୋଲି ଜଣାପଡ଼ିଛି ।  ଅଭିଯୁକ୍ତ ମାନେ ସେହି ଗ୍ରାମର ବାସିନ୍ଦା । ଦୀର୍ଘଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସେମାନେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ।

 Malkangiri Murder Accused Forwarded To Court Breaking News

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ଉକ୍ତ ଚାରିଜଣ ପୂର୍ବ ଯୋଜନା ମୁତାବକ କାରାମ କାନାର ଘରକୁ ଯାଇଥିଲେ । ପରେ ତାଙ୍କୁ ଘରୁ ଡାକି ଆଣି ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀରକୁ ଗାଁ ଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।

 Malkangiri Murder Accused Forwarded To Court

ପରେ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ । ଗତକାଲି ମୃତକଙ୍କ ସ୍ତ୍ରୀ ପଡ଼ିଆ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଶରୀର ଅବଶିଷ୍ଟ ନଦୀପଠାରୁ ଖୋଳି ବାହାର କରିଥିଲା । ପୋଲିସ ଆଖପାଖ ଅଞ୍ଚଳରେ ଚଢ଼ାଉ କରି ୪ ହତ୍ୟାକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Leave a Reply