ରାତିରେ ଚାଲିଲା କୋର୍ଟ: ପତ୍ନିଙ୍କ ଅଭିଯୋଗରେ ବିଚାର ବିଭାଗୀୟ ହଜାତକୁ ଗଲେ ସେନା ଅଧିକାରୀ

ଭୁବନେଶ୍ୱର: ପତ୍ନୀଙ୍କୁ ସେନା ଅଧିକାରୀଙ୍କ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ । ମେଜର ସୌମ୍ୟରଂଜନ ପତିଙ୍କୁ ମିଳିଲାନି ବେଲ, ଆର୍ମି କଷ୍ଟଡିକୁ ପଠାଇଲେ କୋର୍ଟ । ତେବେ ମାମଲାର ଶୁଣାଣି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । କୋରନା କଟକଣା ଭିତରେ ସନ୍ଧ୍ୟା ୮.୩୦ରୁ ଆରମ୍ଭ ହୋଇଥିବା ଶୁଣାଣି ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ମାମଲାର ଶୁଣାଣି କରିଥିଲେ ଏସଡିଜେଏମ ଶୁଭଙ୍କର ମିଶ୍ର ।

ଦିଲ୍ଲୀରେ ଅବସ୍ଥାପିତ ବିହାର ରେଜିମେଣ୍ଟର ମେଜର ସୌମ୍ୟରଞ୍ଜନ ମିଶ୍ର ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ଆସିଥିଲା । ଯୌତୁକ ପାଇଁ ସୌମ୍ୟରଂଜନ ଓ ପରିବାର ଲୋକ ତାଙ୍କ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଘଟଣାରେ ସୌମ୍ୟରଂଜନଙ୍କୁ ଗତକାଲି ମହିଳା ଥାନା ପୋଲିସ ଗିରଫ କରି ଆର୍ମି ସହାୟତାରେ କୋର୍ଟ ଚାଲାଣ କରିଥିଲା । ଏସଡିଜେଏମ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ବେଲ ଆବେଦନକୁ ଖାରଜ କରିଥିଲେ । ଏହାପରେ ତାଙ୍କୁ ଅର୍ମି କଷ୍ଟଡିକୁ ପଠାଇଥିଲେ କୋର୍ଟ । ସେପଟେ ସୌମ୍ୟଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇବା ଲାଗି ଉପର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୋମ୍ୟଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକ କହିଛନ୍ତି ।

Leave a Reply