ଉଦଘାଟିତ ହେଲା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍-୨୦୨୧

Major Sandeep Memorial Tennis Championship Inaugurated

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଲ ରିସର୍ଟରେ ବୁଧବାର ଠାରୁ ଆରମ୍ଭ ହୋଇଛି ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ । ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୭ ତାରିଖ ଯାଏ ଚାଲିବ । ଜେ ମହାପାତ୍ର (ମେଜର ସନ୍ଦୀପ ମହାପାତ୍ରଙ୍କ ପିତା) ଓ ଖୋର୍ଦ୍ଧା ଜିଲ୍ଲା ଟେନିସ୍ ଆସୋସିଏସନ ସମ୍ପାଦକ ଅସିତ୍ ପ୍ରଧାନଙ୍କ ଦ୍ଵାରା ଏହି ପ୍ରତିଯୋଗିତା ଉଦଘାଟିତ ହୋଇଛି ।

Major Sandeep Memorial Tennis Championship Inaugurated

୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଞ୍ଚଟି ବର୍ଗ ଯଥା ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ୍ ବାଳକ, ୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଯୁଗଳରେ ଖେଳା ଯାଉଛି । ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏଥର ପୁରୁଷ ଏକକ ବର୍ଗରେ ରାଜ୍ୟରେ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ । ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ମିଳିବ । ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

Leave a Reply