ନୂଆଖାଇ : ମା’ ସମଲେଇଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କଲା ପଣ୍ଡିତ ମହାସଭା

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ନୂଆଖାଇ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଡ଼େ । ଏଇ ତିଥି ପାଇଁ ଏଥର ଲଗ୍ନ ମିଳିଛି  ସକାଳ ୯ଟା ୩୫ରୁ ୯ଟା ୫୦ । ଗତକାଲି ବ୍ରହ୍ମପୁରା ମନ୍ଦିର କମିଟି ପକ୍ଷରୁ ପଣ୍ଡିତ ମହାସଭା ଏହି ଲଗ୍ନ ଧାର୍ଯ୍ୟ କରିଛି ।  ଏହି ଲଗ୍ନକୁ ସମଲେଇ ମନ୍ଦିରକୁ ପ୍ରଦାନ କରାଯିବ । ଲଗ୍ନ ଅନୁସାରେ ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବ ।

ଅନ୍ୟପକ୍ଷରେ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ସରକାରଙ୍କୁ ଆଇନ କୋହଳ କରିବା ପାଇଁ ନିବେଦନ କରିଛି ।  ଆସନ୍ତା ୨୩ ତାରିଖର ନୂଆଖାଇ ରବିବାର ପଡ଼ୁଛି । କିଛି ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର ଥିବା ହେତୁ ଲୋକେ ନୂଆଖାଇ ପାଳିବାରେ ବାଧା ଉପୁଜୁଛି । ଏଣୁ ପଶ୍ଚିମ ଓଡ଼ିଶାର ଲୋକେ ନୂଆଖାଇ ଦିନ ଚଳପ୍ରଚଳକୁ ସ୍ୱାଭାବିକ କରି ସଟଡାଉନକୁ ଅନ୍ୟ ଦିନକୁ ପରିବର୍ତ୍ତିତ କରିବା ପାଇଁ ଦାବି କରୁଛନ୍ତି ।

 

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିଦ୍ଧବଦ୍ଧ ଘୋଷଣା କରିନି । ଝାରସୁଗୁଡ଼ା, ସମ୍ୱଲପୁର, ବଲାଙ୍ଗିର ଓ ବରଗଡ଼ ଭଳି ପ୍ରାୟ ସବୁ ପଶ୍ଚିମ ଓଡ଼ିଶା ଜିଲ୍ଲାର ଲୋକେ ଏବେ ନୂଆଖାଇ ଦିନକୁ ସ୍ୱାଭାବିକ କରିବା ପାଇଁ ଦାବି କରୁଛନ୍ତି । ଜିଲ୍ଲାପାଳମାନେ ଏନେଇ ବିଚାର କରୁଛନ୍ତି ଓ ଖୁବ୍ ଶୀଘ୍ର ଏନେଇ ବିଦ୍ଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି, ଆଶା ।

 

  

Leave a Reply