ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର, ଓଡ଼ିଶା ପ୍ରଭାରୀ ବି ବଦଳିଲେ

1 min read
Major Organisational Reshuffling in Congress

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ଦଳରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନା ହୋଇଛି । ଦଳର ମହାସଚିବ ପଦରୁ ଗୁଲାମ ନବି ଆଜାଦଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ରଣଦୀପ ସୁରଜେୱାଲାଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଉଥିବା ୬ ଜଣିଆ ବିଶେଷ ସଦସ୍ୟ କମିଟିରେ ସ୍ଥାନ ପାଇଛନ୍ତି ସୁରଜେୱାଲା । ରାହୁଲଙ୍କ ନିକଟତମ କୁହାଯାଉଥିବା ରଣଦୀପ ସୁରେଜୱାଲାଙ୍କୁ ବେଶ୍ ଗୁରୁତ୍ୱ ଦିଆଯାଇଛି ।

ସୁରେଜୱାଲା ଦଳର ମହାସଚିବ ସହିତ କର୍ଣ୍ଣାଟକ ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ କରିବେ । ମଧୁସୂଦନ ମିସ୍ତ୍ରୀଙ୍କୁ କେନ୍ଦ୍ରୀୟ ନିର୍ବାଚନ ସମିତିର ଅଧ୍ୟକ୍ଷ, ପିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପ୍ରଭାବରୀ କରାଯାଇଛି । ଏହାବାଦ୍ ବେଣୁଗୋପାଳଙ୍କୁ ସଂଗଠନ ଦାୟିତ୍ୱ ମିଳିଛି ।

କଂଗ୍ରେସ ମହାସଚିବ ମୁକୁଲ ବାସନିକଙ୍କୁ ମଧ୍ୟପ୍ରଦେଶ, ହରିଶ ରାୱତଙ୍କୁ ପଞ୍ଜାବ, ଔମାନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ, ତାରିକ ଅନୱରଙ୍କୁ କେରଳ ଓ ଲାକ୍ଷାଦ୍ୱୀପ, ଜିତେନ୍ଦ୍ର ସିଂହଙ୍କୁ ଆସାମ, ଅଜୟ ମାକେନଙ୍କୁ ରାଜସ୍ଥାନ ଦାୟିତ୍ୱ ଦିଆଯାଇଛି । ଜିତିନ ପ୍ରସାଦଙ୍କୁ ପଶ୍ଚିମବଙ୍ଗ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାୟିତ୍ୱ ମିଳିଛି । କଂଗ୍ରେସରେ ଏହି ଅଦଳବଦଳରୁ ସବୁଠୁ ବଡ଼ କୁହାଯାଉଛି । ସୂଚନାଯୋଗ୍ୟ ପୂର୍ବରୁ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଚିଠିରେ ଜିତିନ ପ୍ରସାଦ ଦସ୍ତଖତ କରିଥିଲେ ।

ପବନ କୁମାର ବଂସଲ ସଚିବ ପ୍ରଭାରୀ ପ୍ରଶାସନ ଭାବେ କାମ କରିବେ । ଏହାବାଦ୍ ରାହୁଲଙ୍କ ନିକଟତର ମନକିମ୍ ଟ୍ୟାଗୋରଙ୍କୁ ତେଲଙ୍ଗାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ପ୍ରଭାରୀ ଥିବା ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ଭକ୍ତ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି ।

Leave a Reply