ଟ୍ୱିଟରରେ ପରିଚୟ ବଦଳାଇଲେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍

1 min read

ମୁମ୍ୱାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଟ୍ୱିଟରରେ ନିଜର ପରିଚୟ ବଦଳାଇଛନ୍ତି । ରାଜ୍ୟରେ ବିଜେପି ସର୍ବବୃହତ୍ ଦଳ ହୋଇ ମଧ୍ୟ ସରକାର ଗଠନ କରିପାରିଲା ନାହିଁ । ଦ୍ୱିତୀୟଥର ପାଇଁ କ୍ଷମତା ଦଖଲ କରିବା ସହ ଫଡନବିସଙ୍କ ମୁଖ୍ୟମନ୍ତ୍ରୀ ଆଶା ମଉଳି ଯାଇଛି ।

ଏବେ ଟ୍ୱିଟରରେ ଫଡନାବିସ ନିଜକୁ ମହାରାଷ୍ଟ୍ରର ସେବକ ବୋଲି ଉଲ୍ଲେଖ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କରାଯାଇପାରିଥାନ୍ତା ବୋଲି ଲୋକେ ମତ ଦେଇଛନ୍ତି । ତେବେ ମୋଦିଙ୍କ ରାସ୍ତାକୁ ଅନୁସରଣ କରି ଫଡନାବିସ ସେବକ ଲେଖିଥିବା ଜଣାପଡୁଛି । ')}

Leave a Reply