ସୀମାରେ ଉତ୍ପାତ ହେଲା ଚୀନ୍‌ ସେନା, ମହାରାଷ୍ଟ୍ର ସରକାର ଚଇନା କମ୍ପାନୀକୁ ଏମିତି ଦେଲେ ପାନେ

1 min read
Maharashtra's Jolt To China! Govt Freezes 3 Chinese Projects Worth Rs 5000 Cr

ମୁମ୍ବାଇ: ଗଲବାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛଇନ୍ତି । ସୀମାରେ ଭାରତ-ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ପରେ ଏବେ ସାରା ଦେଶରେ ଏହାକୁ ନେଇ କ୍ରୋଧର ବହ୍ନୀ ଦେଖିବାକୁ ମିଳିଛି । ସମସ୍ତେ କ୍ରୋଧରେ ଚିତ୍କାର କରୁଛନ୍ତି ବୟକଟ୍‌ ଚାଇନା । ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି ।

Boy Cot China1

ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଚାଇନା ସାମଗ୍ରୀକୁ ନଷ୍ଟ କରୁଛନ୍ତି ଏବଂ ସ୍ଲୋଗାନ୍‌ ଦେଉଛନ୍ତି ବୟ କଟ୍‌ ଚାଇନା । ଖାଲି ସେତିକି ନୁହେଁ ବିଭିନ୍ନ ସ୍ଥାନରେ ସି ଜିନ୍‌ ପିଙ୍ଗ୍‌ଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଯଥାସମ୍ଭବ ଚୀନ କମ୍ପାନୀଗୁଡ଼ିକ ସହିତ ସମ୍ପର୍କ କମାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ହେଲେ ସବୁଠାରୁ ବଡ଼ କଥା ହେଲା, ମହାରାଷ୍ଟ୍ର ସରକାର ଏବଂ ଚାଇନା କମ୍ପାନୀ ମଧ୍ୟରେ ହୋଇଥିବା ଏକ ୩ଟି ବଡ଼ ଚୁକ୍ତି ଏବେ ସ୍ଥଗିତ ହୋଇଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି । ଏହି ୩ଟି କମ୍ପାନୀ ସହିତ ପ୍ରାୟ ୫ ହଜାର କୋଟି ଟଙ୍କା ପ୍ରକଳ୍ପର ଚୁକ୍ତିନାମା ହୋଇଥିଲା ।

ନିକଟରେ ମ୍ୟାଗ୍ନେଟିକ୍‌ ମହାରାଷ୍ଟ୍ର ୨.୦ ନିବେଶକ ସମ୍ମିଳନୀରେ ଚୀନ୍‌ କମ୍ପାନୀଗୁଡ଼ିକ ସହିତ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତେବେ ବର୍ତ୍ତମାନ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରକଳ୍ପଗୁଡ଼ିକ ଉପରେ ରୋକ୍‌ ଲଗାଇଛନ୍ତି ।

ତେବେ ଏହି ଚୁକ୍ତିକୁ ଯଦି ଖାରଜ କରାଯାଏ ତେବେ ଚାଇନା ପାଇଁ ନିହାତି ଭାବେ ଏକ ବଡ଼ କ୍ଷତି ହେବ ବୋଲି କୁହାଯାଇପାରେ ।

Leave a Reply