‘ସେନା’ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଜାଣନ୍ତୁ ଫାଇଦାରେ ରହିଲା କେଉଁ ଦଳ ?

ମୁମ୍ବାଇ: ମହାରାଷ୍ଟ୍ର ଉଦ୍ଧବ ସରକାରରେ ବିଭାଗ ବଣ୍ଟନ । ମହା ବିକାଶ ଅଘାଡ଼ି ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଭାଗ ବଣ୍ଟନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାୱାରଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରାଳୟ ସହ ମିଳିଛି । ଅର୍ଥ, ଜଳ ସେଚନ, ଗ୍ରାମୀଣ ବିକାଶ, ଅବକାରୀ ଓ ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏନସିପି ହାତରେ ପଡ଼ିଛି ।ସର୍ବଦା କୃଷିକୁ ନେଇ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଶିବସେନା କୃଷି ବିଭାଗକୁ ନିଜ ପାଖରେ ରଖିଛି । ଯେତେବେଳେ କି କଂଗ୍ରେସର ଅଧିକାଂଶ ବିଧାୟକ ଗାଁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି । ତେବେ, ଗାଁ ସହିତ ସମ୍ପର୍କ ଅଧିକ ବିଭାଗ ପାଇବାକୁ କଂଗ୍ରେସ ଆଶା ରଖିଥିବା ବେଳେ ନିରାଶ ହେବାକୁ ପଡ଼ିଛି । ମନ୍ତ୍ରୀ ମଣ୍ଡଳରେ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ବିଭାଗ ମିଳିଛି ।ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଉଦ୍ଧବ ସେନାରେ ଏବେ ୪୩ ମନ୍ତ୍ରୀ ଅଛନ୍ତି । ୨୮ ନଭେମ୍ବରକୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶିବସେନା, କଂଗ୍ରେସ ଓ ଏନସିପିରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଶିବାଜୀ ପାର୍କରେ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀର ଶପଥ ନେଲେ ଉଦ୍ଧବ ଠାକରେ

Leave a Reply