Farmers Protests: କେନ୍ଦ୍ର ଚାପରେ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ୍ କରୁଛନ୍ତି କି ତାରକା ?

1 min read
Maharashtra to probe if Indian celebs were forced to tweet in Centre’s support

ମୁମ୍ବାଇ: କେନ୍ଦ୍ରର ୩ ଚାଷୀ ବିଲକୁ ନେଇ କୃଷକଙ୍କ ଆନ୍ଦୋଳନ । ମହାରାଷ୍ଟ୍ରରେ ସୃଷ୍ଟି ହେଲାଣି ଝଡ଼ । କାହା ପ୍ରରୋଚନାରେ ରିହାନାଙ୍କ ଟ୍ୱିଟର ଜବାବ ଦେଇଛନ୍ତି ଭାରତୀୟ ସେଲିବ୍ରିଟି ? ଏସବୁ ପଛରେ କେନ୍ଦ୍ର ମୋଦି ସରକାର ବାଧ୍ୟ କରିନାହାଁନ୍ତି ତ ? ଏସବୁର ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଟ୍ୱିଟର ଜବାବ ଦେଇ ଗତ ସପ୍ତାହରେ ଭାରତୀୟ ସେଲିବ୍ରିଟି ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରିବା ପାଇଁ ବିଜେପି ବାଧ୍ୟ କରିଥିଲା କି ? ଏହାର ତଦନ୍ତ ହେବ ବୋଲି ଦେଶମୁଖ କହିଛନ୍ତି ।

Maharashtra to probe if Indian celebs were forced to tweet in Centre’s support

କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ୍ ପରେ ବିବାଦ ଦେଖା ଦେଇଥିଲା । ଏହାର ଦିନକ ପରେ ବୈଦେଶିକ ମନ୍ତ୍ରଣାଳୟ ବିଦେଶୀ ତାରକାଙ୍କୁ ଚେତାବନୀ ଦେଇ ଟ୍ୱିଟ୍ କରିଥିଲା- ଭାବିଚିନ୍ତି ମତ ରଖନ୍ତୁ । ବୈଦେଶିକ ମନ୍ତ୍ରଣାଳୟର ଏହି ଟ୍ୱିଟରେ ସଚିନ୍ ତେନ୍ଦୁଲକର, ଲତା ମଙ୍ଗେସକର, ଅକ୍ଷୟ କୁମାର, ସୁନୀଲ ସେଟ୍ଟୀଙ୍କ ସମେତ ଅନ୍ୟ ବଡ଼ ବଡ଼ ତାରକା ଟ୍ୱିଟ୍ କରି କେନ୍ଦ୍ର ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏବେ ମହାରାଷ୍ଟ୍ର ସରକାର ଏସବୁ ଟ୍ୱିଟର ଯାଞ୍ଚ କରିବ ।

Maharashtra to probe if Indian celebs were forced to tweet in Centre’s support

ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ କହିଛନ୍ତି- ରିହାନାଙ୍କ ଟ୍ୱିଟ୍ ପରେ ସଚିନ, ଲତା, ବିରାଟଙ୍କ ସହ ଅନ୍ୟ ତାରକା ଟ୍ୱିଟ୍ କରିଥିଲେ । ଯେଉଁଥିରେ କେତେକ ଶବ୍ଦ ସମାନ ଅଛି । ସାୟନା ଓ ଅକ୍ଷୟଙ୍କ ଟ୍ୱିଟ୍ ସମାନ ରହିଛି । ସମସ୍ତଙ୍କ ଟ୍ୱିଟର ସମୟ ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରୁଛି । ଏଥିପାଇଁ ଏହାର ଯାଞ୍ଚ କରିବାକୁ ରାଜ୍ୟ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଦେଶମୁଖ । କଂଗ୍ରେସର ଅଭିଯୋଗ ପରେ ଏଭଳି ଆଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

Leave a Reply