ମହାରାଷ୍ଟ୍ରରେ ସରକାର-ରାଜ୍ୟପାଳ ମୁହାଁମୁହିଁ, ବିମାନରୁ ଓହ୍ଲାଇବାକୁ ବାଧ୍ୟହେଲେ କୋସିୟାରୀ

1 min read
Maharashtra Governor Bhagat Singh Koshyari Stopped To Fly On State Government Plane

ମୁ୍ମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାର ଓ ରାଜ୍ୟପାଳଙ୍କ ଭିତରେ ଥିବା କେଁ ପଦାରେ ପଡ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ, ରାଜ୍ୟପାଳ ଭଗତସିଂହ କୋସିୟାରୀଙ୍କୁ ବାଧ୍ୟ ହୋଇ ବିମାନରୁ ଓହ୍ଲାଇବାକୁ ପଡ଼ିଛି । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ରାଜ୍ୟପାଳଙ୍କୁ ଏପରି ବିରୋଧ ଦେଶରେ ସାମ୍ବିଧାନିକ ସଙ୍କଟ ନେଇ ଆଶଙ୍କା ସୃଷ୍ଟି କରିଛି ।

Maharashtra Governor Bhagat Singh Koshyari Stopped To Fly On State Government Plane

ମିଳିଥିବା ରିପୋର୍ଟ ଅନୁସାରେ ଉତ୍ତରାଖଣ୍ଡ ଯିବା ପାଇଁ ମହାରାଷ୍ଟ୍ର ରାଜ୍ୟପାଳ କୋସିୟାରୀ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ଏମିତିକି ମୁମ୍ବାଇ ବିମାନବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ବିମାନ ବି ଚଢ଼ିଥିଲେ । କିନ୍ତୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ବିମାନରେ ଯିବା ପାଇଁ ତାଙ୍କ ପାଖରେ ଅନୁମତି ନଥିବା କହି କର୍ତ୍ତୃପକ୍ଷ ତାଙ୍କୁ ଓହ୍ଲାଇ ଦେଇଥିବା କୁହାଯାଇଛି । ଏହା ରାଜ୍ୟପାଳଙ୍କୁ ଏକ ଅପମାନ ବୋଲି ଅଭିହିତ କରିଛି ବିଜେପି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଶପଥ କରାଇଥାଆନ୍ତି । ତାଙ୍କ ଯାତ୍ରା ପାଇଁ କେବଳ ଏକ ଔପଚାରିକ ପତ୍ର ଆବଶ୍ୟକ ଥାଏ । ଏହା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ହୋଇଛି । କିନ୍ତୁ ତାହାକୁ ଗ୍ରହଣ କରା ନଯାଇ ରାଜ୍ୟପାଳଙ୍କୁ ସରକାରୀ ବିମାନରେ ଯାତ୍ରା ପୂର୍ବରୁ ଓହ୍ଲାଇ ଦିଆଯିବା ନିଶ୍ଚିତ ଭାବେ ଏକ ଅଶୋଭନୀୟ କାର୍ଯ୍ୟ ।

Maharashtra Governor Bhagat Singh Koshyari Stopped To Fly On State Government Plane
FILE

ଅନ୍ୟପଟେ ରାଜଭବନ ପକ୍ଷରୁ ଏନେଇ ବୟାନ୍ ଜାରି କରାଯାଇଛି । ରାଜ୍ୟପାଳଙ୍କ ଗସ୍ତ ବ୍ୟକ୍ତିଗତ ନଥିଲା, ଏହି ଗସ୍ତ ସରକାରୀ । ରାଜ୍ୟପାଳ ଉତ୍ତରାଖଣ୍ଡ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀରେ IAS ଅଧିକାରୀଙ୍କ ୧୨୨ ତମ ଇଣ୍ଡକ୍ସନ୍ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଯାଉଥିଲେ । ରାଜ୍ୟ ସରକାରଙ୍କୁ ଏନେଇ ଫେବ୍ରୁଆରୀ ୨ ତାରିଖରେ ଅବଗତ କରାଯାଇଥିଲା । ବିମାନରେ ପହଞ୍ଚିବା ପରେ ବି ସରକାର ଅନୁମତି ଦେଇନଥିଲେ । ଯାହାପରେ ରାଜ୍ୟପାଳ ଘରୋଇ ବିମାନରେ ଡେରାଡୁନ୍ ଅଭିମୁଖେ ଯାଇଛନ୍ତି ।

Leave a Reply