ଶିବସେନା ସହ ମେଣ୍ଟ ପାଇଁ CWCର ନୀତିଗତ ସହମତି, ଔପଚାରିକ ଘୋଷଣାକୁ ଅପେକ୍ଷା

1 min read

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ବାଦ ବିବାଦ ସମାଧାନ ଆଡକୁ ଗତି କରୁଛି । ଦିନେ କିମ୍ୱା ୨ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଘୋଷଣା ହୋଇପାରେ । ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ CWC ବୈଠକ ପରେ ଏଭଳି କିଛି ଆଭାସ ମିଳିଛି । ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ଶିବସେନା ସହ ମେଣ୍ଟକୁ ବରିଷ୍ଠ ନେତାମାନେ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ସହମତି ପ୍ରକାଶ କରିଛି CWC । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସରକାର ଗଠନ ନେଇ କମନ ମିନିମମ୍ ପ୍ରୋଗ୍ରାମ୍, ଉଭୟ ଏନସିପି ଓ କଂଗ୍ରେସର ନେତା ସ୍ଥିର କରିବେ ବୋଲି କୁହାଯାଇଛି । ଆଜି ଦିଲ୍ଲୀରେ କଂଗ୍ରେସ ବୈଠକ ପରେ ପରେ ଏନସିପି ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ସେମାନେ ମଧ୍ୟ କଂଗ୍ରେସ କଥାରେ ସହମତି ପ୍ରକାଶ କରି ୫ ବର୍ଷିଆ ପୂର୍ଣ୍ଣକାଳୀନ ସରକାର ଗଠନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

ସେପଟେ ଶରଦ ପାଓ୍ବାରଙ୍କ ବାସ ଭବନରେ କଂଗ୍ରେସ ଓ ଏନସିପିର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠିତ ହୋଇଛି । କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଜୟରାମ ରମେଶ, ମଲ୍ଲିକାର୍ଜୁନ୍ ଖଡଗେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ୍ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ଏନସିପିର ପ୍ରଫୁଲ୍ଲ ପଟେଲ, ଅଜିତ୍ ପାଓ୍ବାର, ସୁପ୍ରିୟା ସୁଲେ ପ୍ରମୁଖ ଉପସ୍ଥିତ ଥିଲେ ।

https://nandighoshatv.comshivsena-ncp-congress-deal-seal/

ଆସନ୍ତାକାଲି ଦିନ ୩ଟାରେ ଉଦ୍ଧବ ଠାକରେଙ୍କ ସହ କଂଗ୍ରେସ ଓ ଏନସିପିର ବୈଠକ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟର ରୂପରେଖ ସଂପର୍କରେ ଆଲୋଚନା ହେବାର ଅଛି । ତେବେ ମହାରାଷ୍ଟ୍ରରେ ସ୍ଥିର ସରକାର ଗଠନ ଏବଂ ୫ ବର୍ଷର ସରକାର ଚାଲିବା ଭଳି ନିଷ୍ପତ୍ତି ହେବା ପରେ କଂଗ୍ରେସ ଆଗକୁ ଆସିଥିବା ଚର୍ଚ୍ଚା ହେଉଛି । ତେବେ ମହାରାଷ୍ଟ୍ରରେ ଏନସିପି ଅପେକ୍ଷା କଂଗ୍ରେସ ଶିବସେନାର ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି । ଏବେ ତିନି ଦଳ ମେଣ୍ଟ ସଂପର୍କରେ ଘୋଷଣା କରିବା ପରେ ସରକାର ଗଠନ ନେଇ ତାରିଖ ସ୍ପଷ୍ଟ ହେବ । ଚର୍ଚ୍ଚା ଅନୁସାରେ ରବିବାର କିମ୍ୱା ସୋମବାର ସରକାର ଗଠନ ହୋଇପାରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।

https://nandighoshatv.commaharastra-a-clammy-political-story/

Leave a Reply