ଟ୍ରିବ୍ୟୁନାଲରେ ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ ହେବ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ. ଏମ୍‌ ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।  ଓଡ଼ିଶା ଓ ଛତିଶଗଡ଼ ଉଭୟ ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ୨ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରି ସାରିଛନ୍ତି ।ଓଡ଼ିଶା ସରକାରଙ୍କ ବୈଷୟିକ ଟିମ୍‌ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଅବବାହିକାରେ ନିର୍ମିତ ପ୍ରକଳ୍ପ ବୁଲି ଦେଖିଥିଲେ । ଛତିଶଗଡ଼ ପକ୍ଷରୁ ମଧ୍ୟ ୨୫ରୁ ୨୮ ମଧ୍ୟରେ ହୀରାକୁଦ, ମହାନଦୀ ଡେଲଟା ଅଞ୍ଚଳ ବୁଲି ଦେଖିଥିଲେ । ତେବେ ଓଡ଼ିଶାର ବିବାଦୀୟ କ୍ଷେତ୍ର ପରିଦର୍ଶନ ପାଇଁ ଛତିଶଗଡ଼ ଅଧିକ ସମୟ ମାଗିବା ସମ୍ଭାବନା ରହିଛି ।

Leave a Reply