ମଧ୍ୟପ୍ରଦେଶ କ୍ୟାବିନେଟ୍ ସଂପ୍ରସାରଣ: ‘ମାମା’ଙ୍କ ଉପରେ ‘ମହାରାଜା’ ଭାରି

1 min read

 

ଭୋପାଲ: ଲମ୍ବା ପ୍ରତୀକ୍ଷା ପରେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି । କିନ୍ତୁ ନୂଆ ମନ୍ତ୍ରୀଙ୍କ ତାଲିକା ଦେଖିଲେ ଲାଗୁଛି ବିଜେପି କେନ୍ଦ୍ରୀୟ ନେତୃତ୍ୱର ନଜର ଉପ ନିର୍ବାଚନ ଉପରେ ଅଧିକ ଅଛି । ତେଣୁ କ୍ୟାବିନେଟ୍ ସଂପ୍ରସାରଣରେ ମହାରାଜାଙ୍କ ପକ୍ଷ ଅର୍ଥାତ ମାଧବ ରାଓ ସିନ୍ଧିଆଙ୍କ ଗ୍ରୁପକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ବିଜେପିର ପୁରୁଣା ବରିଷ୍ଠ ମୁହଁଙ୍କୁ ଅଳ୍ପକରେ ସନ୍ତୁଷ୍ଠ ରହିବାକୁ ପଡିଛି ।

ସିନ୍ଧିଆ ପକ୍ଷରୁ ୧୧ ମନ୍ତ୍ରୀ

ଶିବରାଜ ଚୌହାନ କ୍ୟାବିନେଟରେ ଆଜି ଯେଉଁ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରୁ ୯ ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ । ତୁଲସୀ ସିଲାବଟ ଓ ଗୋବିନ୍ଦ ସିଂହ ଆଗରୁ ମନ୍ତ୍ରୀ ଅଛନ୍ତି । ତେଣୁ ମହାରାଜାଙ୍କ ପକ୍ଷକୁ ମୋଟ ୧୧ ମନ୍ତ୍ରୀ ପଦ ଯାଇଛି । ସିନ୍ଧିଆଙ୍କ ସହ ୨୨ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅଧା ମନ୍ତ୍ରୀ ହୋଇଛନ୍ତି । ବାକି ୧୧ଙ୍କୁ ନିଗମରେ ଥଇଥାନ କରାଯିବା ସୁନିଶ୍ଚିତ

ପୁରୁଣା ସମର୍ଥକ ନିରାଶ

ସିନ୍ଧିଆ ସମର୍ଥକଙ୍କୁ କ୍ୟାବିନେଟରେ ସାମିଲ କରିବା ଚକ୍କରରେ ବିଜେପି ତା’ର ପୁରୁଣା ସମର୍ଥକଙ୍କୁ ନିରାଶ କରିଛି । ଦଳର ବରିଷ୍ଟ ବିଧାୟକ କ୍ୟାବିନେଟରେ ସ୍ଥାନ ପାଇ ପାରିନାହାନ୍ତି । ଯେଉଁ ନେତାମାନେ କ୍ୟାବିନେଟରେ ସ୍ଥାନ ପାଇ ନାହାନ୍ତି ସେମାନେ ସମସ୍ତେ ଶିବରାଜଙ୍କ ସମର୍ଥକ ଓ ସମସ୍ତେ ଆଗରୁ ଶିବରାଜ କ୍ୟାବିନେଟର ସଦସ୍ୟ ରହି ଆସିଛନ୍ତି ।

MP cabinet expansion
ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସହ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ଶିବରାଜଙ୍କ କଥା ରହିଲା ନାହିଁ !

ମୁଖ୍ୟମନ୍ତ୍ରୀ ଶିବରାଜ ଏହି ସବୁ ନେତାଙ୍କୁ ମନ୍ତ୍ରୀ କରିବା ପାଇଁ ସବୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର କୌଣସି ଚାପ କାମ କରିନଥିଲା । କେବଳ ଶିବରାଜ ନୁହନ୍ତି କୈଳାଶ ବିଜୟବର୍ଗୀୟ,ନରେନ୍ଦ୍ର ସିଂହ ତୋମର ଓ ନରୋତ୍ତମ ମିଶ୍ରଙ୍କ ଭଳି ବଡ ନେତାଙ୍କୁ ମଧ୍ୟ ଅଳ୍ପକରେ ସନ୍ତୁଷ୍ଟ ରହିବାକୁ ପଡିଛି

Leave a Reply