ଆଜି ନୁହେଁ କାଲି ବିଜେପିରେ ମିଶିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

1 min read

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାର ସଙ୍କଟ । ଦିଲ୍ଲୀରେ ତିଆରି ଚାଲିଛି ରଣନୀତି । କଂଗ୍ରେସ ସରକାରକୁ ସଂକଟରେ ପକାଇ ଦଳ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିକୁ ସସପେନ୍ସରେ ରଖିଛନ୍ତି । ମଙ୍ଗଳବାର ସକାଳେ ସେ ମୋଦି ଓ ଅମିତ ଶାହାଙ୍କୁ ଭେଟିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ, ସନ୍ଧ୍ୟାରେ ବସିଥିବା ବିଜେପି ସିଇସିରେ ସେମିତି କିଛି ହେଲାନି ।

କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?

ସିନ୍ଧିଆ ହାତ ଛାଡ଼ି ପଦ୍ମ ଧରିବା ଏକ ପ୍ରକାର ଥୟ ଥିବା ବେଳେ ସେ ଦିଲ୍ଲୀରୁ ଗ୍ୱାଲିୟର ଯାଉଥିବା ଜଣାପଡ଼ିଛି । ଗ୍ୱାଲିୟରରୁ ୧୨ କିମ୍ବା ୧୩ ତାରିଖରେ ସିନ୍ଧିଆ ଭୋପାଳ ଯିବେ । ସେଠାରେ ବିଜେପିରେ ମିଶିବେ ବୋଲି କୁହାଯାଉଛି । ତାଙ୍କ ସହିତ ବିଧାୟକ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସର ୨୨ ବିଧାୟକ ମଧ୍ୟ ବିଜେପିରେ ମିଶି ପାରନ୍ତି ।

ସିନ୍ଧିଆ ବିଜେପିରେ ଯୋଗଦେବା ପୂର୍ବରୁ ମଙ୍ଗଳବାର ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସିନ୍ଧିଆଙ୍କ ଯୋଗଦାନ ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି ।

ଅନ୍ୟପଟେ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । କମଲନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯୨ ବିଧାୟକ ଥିଲେ । ଯେଉଁଥିରେ ୯ ନିର୍ଦ୍ଦଳୀୟ ବିଧାୟକ ସାମିଲ୍ । ୨୨ ବିଧାୟକ ଇସ୍ତଫା ଦେଇଥିବା ବେଳେ ୪ ଜଣ ବୈଠକରେ ନଥିବା ଦଳଠାରୁ ୨୬ ବିଧାୟକ ସମ୍ପର୍କ ଛିନ୍ନ କରୁଥିବା ସୂଚାଉଛି ।

ହୋଲି ପାଇଁ ଲକ୍ଷ୍ନୌ ଯାଇଥିବା ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନ ଭୋପାଳ ରାଜଭବନ ଫେରିବା ପରେ ସ୍ଥିତି ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

Leave a Reply