ମଧ୍ୟପ୍ରଦେଶ ଉପନିର୍ବାଚନ: ମ୍ୟାଜିକ୍‌ ନମ୍ବର ୧୧୬, ଖାଲି ପଡ଼ିଛି ୨୮ ! ବଦଳିପାରେ ସମୀକରଣ

kamal-nath-shivraj

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ସରକାରକୁ ବଞ୍ଚାଇବ ଉପନିର୍ବାଚନର ଫଳାଫଳ । ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟପ୍ରଦେଶରେ ହେବାକୁ ଯାଉଛି ଉପ ନିର୍ବାଚନ । ୩ଟି ଆସନ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ବେଳେ ବାକି ୨୫ଟଇ ଆସନ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ଯୋଗୁଁ ଖାଲି ରହିଛି । ଏହି ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଭାବେ ଫାଇଟ୍ ହେଉଛି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ତମାମ ନେତାଏ ପ୍ରଚାର ମଙ୍ଗ ଧରିଛନ୍ତି ।

shivraj- jyotiraditya

ସେପଟେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ତାରକା ପ୍ରଚାରକ ତାଲିକାରୁ କମଲନାଥଙ୍କ ନା ହଟାଯାଇଛି । ଆଦର୍ଶ ଆଚରଣ ବିଧି ଉଳଂଘନ ପାଇଁ କମଲାନାଥଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କମଲନାଥ ।

ମୋଟ୍ ବିଧାନସଭାରେ ସଦସ୍ୟ ସଂଖ୍ୟା ୩୩୦ ଥିବାବେଳେ ମ୍ୟାଜିକ୍ ନମ୍ବର ହେଉଛି ୧୧୬ । ଏବେ ବିଜେପି ପାଖରେ ୧୦୭ଟି ଆସନ ରହିଛି, ସେହିଭଳି କଂଗ୍ରେସ ପାଖରେ ରହିଛି ୮୭ ବିଧାୟକଙ୍କ ସମର୍ଥନ । ଏଣୁ ବିଜେପିକୁ ସରକାର ବଞ୍ଚାଇବାକୁ ହେଲେ ୯ ଜଣ ବିଧାୟକଙ୍କ ସମର୍ଥନ ଲୋଡ଼ା । ସେପଟେ କଂଗ୍ରେସ ଯଦି ସମସ୍ତ ଆସନରେ ବିଜୟୀ ହେବ ତେବେ ଯାଇ ବିଜେପିକୁ ଚେକ୍ ଦେଇପାରିବ । ଆସନ୍ତା ୩ ତାରିଖରେ ମତଦାନ ଏବଂ ୧୦ ତାରିଖରେ ଫଳାଫଳ । ୧୦ ତାରିଖରେ ଜଣାପଡ଼ିବ ମଧ୍ୟପ୍ରଦେଶ ବାଜି କିଏ ମାରୁଛି ?

Leave a Reply