କୋରାନାକୁ ଏଡ଼ାଇବା ପାଇଁ ଘରେ ତିଆରି କରନ୍ତୁ ସାନିଟାଇଜର… ମାତ୍ର ୫୦ ଟଙ୍କାରେ ହେବେ ସୁରକ୍ଷିତ !

କୋରାନା ଜୀବାଣୁକୁ ନେଇ ଏବେ ସାରା ବିଶ୍ୱ ସତର୍କତାର ପଦକ୍ଷେପ ଆପଣେଇଛନ୍ତି । ଏହାକୁ ଏଡାଇବା ପାଇଁ, ବ୍ୟବହାର କରାଯାଉଥିବା ସାନିଟାଇଜରର ଏବେ ବଜାରରେ ଅଧିକ ଉପଲବ୍ଧ ହେଉନାହିଁ । ବଜାରରେ ଏହାର ବ୍ଲାକ୍ ମାର୍କେଟିଂ ବୃଦ୍ଧି  ପାଇଛି । ଏମିିତିରେ ଆପଣ କ’ଣ କରିବେ ?

ଆସନ୍ତୁ ଜାଣିବା ଆପଣ କେମିତି ନିଜ ଘରେ ସାନିଟାଇଜର ତିଆରି କରିପାରିବେ । ସାନିଟାଇଜର ପ୍ରସ୍ତୁତ କରିବା କିଛି ରକେଟ୍ ସାଇନ୍ସ ନୁହେଁ । ସାନିଟାଇଜର ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହଜରେ ମିଳିଯିବ ।  ଆପଣ ଚାହିଁଲେ ମାତ୍ର  ୧୦୦ ଟଙ୍କା ମଧ୍ୟରେ ୧୦୦ ଏମଏଲ୍ ସାନିଟାଇଜର ତିଆରି ହୋଇପାରିବ। ଏହାକୁ ତିଆରି କରିବା ପାଇଁ କୌଣସି କଷ୍ଟ କରିବାକୁ ପଡିବ ନାହିଁ ।

ଏହା ଘରେ ବସି ତିଆରି କରାଯାଇପାରିବ । ଏଥିପାଇଁ ୯୯ ପ୍ରତିଶତ ଆଲକୋହଲ, ୩୦ ପ୍ରତିଶତ ଆଲୋଭେରା ଏବଂ ସୋଡିୟମ ହାଇଡ୍ରକ୍ସାଇଡର ମିଶ୍ରଣ ନେଇ ଦୁଇ ମିନିଟ ପରେ ଫିଲ୍ଟର କରିଲେ । କେବଳ ଏହି ମିଶ୍ରଣରେ ସାନିଟାଇଜର ପ୍ରସ୍ତୁତ ହୋଇଯିବ । ଏହା ଦୁଇରୁ ଚାରି ମିନିଟରେ ତିଆରି ହୋଇଥାଏ । ସଚେତନତା ପାଇଁ ସୋସିଆଲ ମିଡିଆରେ ଅନେକ ସତର୍କତାର ଭିଡିଓ ସେୟାର କରାଯାଉଛି । ଠିକ୍ ସେହିଭଳି ସାନିଟାଇଜର ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ଅଧିକରୁ ଅଧିକ ଲୋକେ ଜାଣିପାରିବେ  ଓ ଏହି ଉପାୟ ଆପଣାଇବେ ।

Leave a Reply