ଆସୁଛି ‘ସନ୍ଦେଶ’,ହ୍ୱାଟସଆପକୁ ଟକ୍କର ଦେବ ଦେଶୀ ଆପ୍

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଆସୁଛି ହ୍ୱାଟ୍ସଆପ୍ ମେସେଜିଂ ଆପର ଏକ ନୂଆ ବିକଳ୍ପ ‘ସନ୍ଦେଶ’। ଏହା ସମ୍ପୂର୍ଣ ରୂପେ ଭାରତ ନିର୍ମିତ ଆପ୍ । ସୂଚନା ମୁତାବକ, ସରକାରୀ କର୍ମଚାରୀଙ୍କ ଦ୍ୱାରା ଏହାର ପରୀକ୍ଷା ଆରମ୍ଭ ହୋଇଯାଇଛି। ‘ସନ୍ଦେଶ’ ହେଉଛି ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ ହେଉଛି ‘ବାର୍ତ୍ତା’। ଏଥିରେ ଆପଣ,  ଚ୍ୟାଟ୍, ଅଡିଓ ଚ୍ୟାଟ୍ ସହ ଅଡିଓ-ଭିଡିଓ କଲ୍ ବି କରିପାରିବେ।

ଗତ ବର୍ଷ ଭାରତ ସରକାର ଏହି ଆପ୍ ପ୍ରସ୍ତୁତ କରିବାକୁ କହିଥିଲେ । ବର୍ତ୍ତମାନ ଏବା ଟେଷ୍ଟିଂ ଫେଜ୍ ରେ ରହିଛି ଏବଂ ପ୍ରାୟ ପ୍ରସ୍ତୁତ ଅଛି। ସୂଚନା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ସରକାରୀ କର୍ମଚାରୀମାନେ ବ୍ୟବହାର କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଲଞ୍ଚ କରାଯିବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏକ ଶାଖା ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ଏହି ଆପକୁ ନିୟନ୍ତ୍ରଣ କରିଥାଏ । ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମ ପାଇଁ ଉପଲବ୍ଧ କରାଯାଇଛି। ଯଦି ଉପଭୋକ୍ତାମାନେ LDAP ସାଇନ୍-ଇନ୍, OTP ସାଇନ୍-ଇନ୍ ଏବଂ ସନ୍ଦେଶ ୱେବ୍ ମାଧ୍ୟମରେ ଆପ୍ ସାଇନ୍ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ଏକ ପପ୍-ଅପ୍  ନୋଟିଫିକେଶନ ଆସିବ। ଯେଉଁଥିରେ ଲେଖାଥିବ, ‘This authentication method is applicable for authorized government officials’।
ସୂଚନାଯୋଗ୍ୟ, ଗତମାସରେ ଭାରତ ସରକାର ହ୍ୱାଟ୍ସଆପକୁ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ଏହା ଭାରତୀୟ ହ୍ୱାତ୍ସଆପ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି କରାଯାଇଥିଲା। କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ଗୋପନୀୟତା ନୀତି ସମ୍ବନ୍ଧରେ ହ୍ୱାଟ୍ସଆପରଭାରତୀୟ ଏବଂ ୟୁରୋପୀୟ ବ୍ୟବହାରକାରୀଙ୍କ ପ୍ରତି ଭିନ୍ନ ବ୍ୟବହାର ଏକ ବଡ଼  ଚିନ୍ତାର ବିଷୟ। ହ୍ୱାଟ୍ସଆପ୍ ଏହି ନୂଆ ପ୍ରାଇଭେସି ପଲିସି ଫେବୃଆରୀ ୮ରୁ କାର୍ଯ୍ୟକାରୀ କରିବାକୁ କହିଥିଲା, କିନ୍ତୁ ପରେ ଏହାକୁ ମେ ୧୫ ପ୍ୟନ୍ତୁ ଘୁଞ୍ଚାଇଦେଲା । ଅନ୍ୟପଟେ ହ୍ୱାଟ୍ସଆପ୍ ସ୍ପଷ୍ଟ କରିଦେଇଛି ଯେ ଫେସବୁକ୍, ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଜିନିଷ ଦେଖିପାରିବ ନାହିଁ । ସେମାନଙ୍କ ସମସ୍ତ ଡାଟା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନରେ ସୁରକ୍ଷିତ ଅଛନ୍ତି।

 

 

Leave a Reply