୨ ଦିନରେ ୩୦ ଜଣଙ୍କୁ କାମୁଡ଼ିଲାଣି ପାଗଳା କୁକୁର, ଘରୁ ବାହାରିବାକୁ ଡରୁଛନ୍ତି ଲୋକ

1 min read

ରାଉରକେଲା: ଆତଙ୍କ ଖେଳାଇଛି ପାଗଳା କୁକୁର । ସହରରେ ଯାହାକୁ ଯେଉଁଠି ଦେଖୁଛି ଦୌଡ଼ି ଆସି କାମୁଡ଼ି ପକାଉଛି । ପାଗଳା କୁକୁର କାମୁଡ଼ାରେ ୨ ଦିନ ଭିତରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ଠାରୁ ରାଉରକେଲା ସହରର ଡେଲି ମାର୍କେଟ ଓ ପ୍ଲାଣ୍ଟ ସାଇଟ୍ ଅଞ୍ଚଳରେ ପାଗଳା କୁକୁର ଲୋକଙ୍କ ନିଦ ହଜାଇ ଦେଲାଣି । ଗତକାଲି କୁକୁର ୨୫ ଜଣଙ୍କୁ କାମୁଡ଼ିଥିବା ବେଳେ ଆଜି ଆଉ ୫ ଜଣଙ୍କୁ କାମୁଡ଼ିଛି । କୁକୁର କାମୁଡ଼ାରେ ଆହତ ମାନେ ରାଉରକେଲା ସରକାରୀ ଚିକିତ୍ସାଳୟ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ଡେଲି ମାର୍କେଟ ଓ ପ୍ଲାଣ୍ଟ ସାଇଟ୍ ଅଞ୍ଚଳରେ ବୁଲୁଥିବା ପାଗଳା କୁକୁରଙ୍କୁ ଧରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସ୍ଥିତି ଏମିତି ହୋଇଛି ଯେ, ଲୋକେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି । କୁକୁର କାମୁଡ଼ିବା ଡରରେ ଏକା ବାହାରକୁ ଯିବା ପରିବର୍ତ୍ତେ ୨ରୁ ଅଧିକ ଲୋକ ଯାଉଛନ୍ତି । ')}

Leave a Reply