ପଞ୍ଚତାରକା ହୋଟେଲ ନୁହେଁ, ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରେ ହେଲା ଫିଲ୍ମ ପ୍ରମୋଶନ

1 min read

ଭୁବନେଶ୍ୱର: ନିଆରା ଷ୍ଟାଇଲରେ ଫିଲ୍ମର ପ୍ରମୋଶନ । ପଞ୍ଚତାରକା ହୋଟେଲରେ ନୁହେଁ ବରଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ହେଲା ଫିଲ୍ମ ପ୍ରମୋଶନ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ଓଡିଆ ଚଳଚ୍ଚିତ୍ର ମାଲ ମହୁ ଜୀବନ ମାଟିର ପ୍ରମୋଶନ କଲେ ଓଲିଉଡ ପ୍ରିନସେସ ଏଲିନା ସାମନ୍ତରାୟ । ଚେତନା କଲେଜ ଅଫ ସ୍ସେଶାଲ ଏଜୁକେସନ ଅନୁଷ୍ଠାନରେ ଫିଲ୍ମର ପ୍ରମୋଶନ କଲେ ଏଲିନା ।

PROMOTION
MAAL MAHU JIBAN MATI FILM PROMOTION

ଏଲିନା ଏ-ଓ୍ୱାନ ଅଫିସିଆଲ ଫ୍ୟାନ ଗ୍ରୁପ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଇଭେଣ୍ଟ । ନିଜର ଫ୍ୟାନ ଓ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଏଲିନା ନାଚିଲେ , ଖେଳିଲେ ଓ ବିତାଇଲେ ଅନେକ ସମୟ ।

ଆସନ୍ତା ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର “ମାଲ ମହୁ ଜୀବନ ମାଟି” । “ଆମର ମ୍ୟୁଜିକ” ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଲିଡ ରୋଲରେ ନଜର ଆସିବେ ରୋମାଣ୍ଟିକ ହିରୋ ସବ୍ୟସାଚୀ ଓ ଓଲିଉଡର ପ୍ରିନସେସ ଏଲିନା । ପ୍ରଥମ ଥର ପାଇଁ ଖଲନାୟିକା ଭୁମିକାରେ ଅଭିନୟ କରିବେ ଏଲିନା । ବଡ ପରଦାରେ ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ନିଆରା ଢଙ୍ଗରେ ଫିଲ୍ମ ପ୍ରମୋଶନ କଲେ ଅଭିନେତ୍ରୀ ଏଲିନା ।

ଏଲିନା ଓ ସବ୍ୟସାଚୀଙ୍କ ସମେତ ବିଦୁସ୍ମିତା ବି ଏହି ଚଳଚ୍ଚିତ୍ରରେ ନଜର ଆସିବେ । ଆରପାରିକୁ ଚାଲିଯାଇଥିବା କମେଡି ଅଭିନେତା ସଲିଲ ମିତ୍ରଙ୍କର ନେଗେଟିଭ ରୋଲ ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଥର ପାଇଁ ୨୨ ଜଣ ଭିନ୍ନକ୍ଷମ ଏଭଳି ଏକ କମେଡି ଚଳଚ୍ଚିତ୍ରରେ ନଜର ଆସିବେ । ')}

Leave a Reply