କଟକଣା ସହ ହେବ ମାଆ ବିରଜାଙ୍କ ବିଜୟା ରଥଯାତ୍ରା

ଯାଜପୁର: ଚଳିତ ବର୍ଷ କରୋନା ଯୋଗୁଁ ସବୁ ପୂଜା ପର୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି । ପ୍ରତ୍ୟେକ ବର୍ଷ ସବୁ ପୂଜାପର୍ବରେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ । ହେଲେ ଏଥର କରୋନା ଯୋଗୁଁ ସବୁକିଛି ଠପ୍ ହୋଇଯାଇଛି । ନବରାତ୍ରି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ତେବେ ପ୍ରତ୍ୟେକ ବର୍ଷ ମାଆଙ୍କ ବିଶ୍ୱପ୍ରସିଦ୍ଧ ନବ ଦିନାତ୍ମକ ରଥଯାତ୍ରା ପାଳନ ହୋଇଥାଏ ।

ମାଆଙ୍କ ପୀଠରେ ବିଜୟା ଦଶମୀ ପାଳନ ହୁଏ । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ । ହେଲେ ଏଥର କୋଭିଡ୍ କଟକଣା ମଧ୍ୟରେ ଯାଜପୁର ମାଆ ବିରଜାଙ୍କ ବିଜୟା ରଥଯାତ୍ରା ହେବ । ଏନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ତେବେ ରଥଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି ।

Leave a Reply