ଏହି ସିଜିନ ପରେ IPLଠୁ ବିଦାୟ ନେବେ ଧୋନି !

1 min read

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନରେ ଖରାପ ପ୍ରଦର୍ଶନ ଯୋଗୁଁ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ ରେସ ରୁ ବାହାରିଥିବା ପ୍ରଥମ ଦଳ । CSK ର ନିରାଶାଜନକ ପ୍ରଦର୍ଶନ ପରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଧୋନି ଏହି ସିଜିନ ପରେ ଆଇପିଏଲକୁ ବିଦାୟ ଦେବେ ବୋଲି କୁହାଯାଉଛି । ବାସ୍ତବରେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି, ପରାଜୟ ପରେ ଧୋନି ନିଜ ଜର୍ସି ପାଣ୍ଡ୍ୟା ଭାଇଙ୍କୁ ଉପହାର ଭାବେ ଦେଇଥିଲେ। ଏହା ପରେ ପ୍ରଶଂସକଙ୍କ ମନରେ ଧୋନିଙ୍କ କ୍ରିକେଟ୍ ଛାଡିବା ନେଇ ପ୍ରଶ୍ନ ଉଠିଥିଲା ​​ ।

ଗତ ବର୍ଷ ବିଶ୍ୱକପ ପରଠୁ ମହେନ୍ଦ୍ର ସିଂ ଧୋନି କ୍ରିକେଟରୁ ବ୍ରେକ୍ ନେଇଥିଲେ । ଆଇପିଏଲର ୧୩ ତମ ସିଜିନ ଆରମ୍ଭ ହେବାର ଠିକ ପୂର୍ବରୁ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସନ୍ତୋଷ ନାମକ ଜଣେ ବ୍ୟକ୍ତି ଧୋନିଙ୍କ ଜର୍ସିର ଫଟୋ ଟ୍ୱିଟରରେ ସେୟାର କରିବା ଲେଖିଛନ୍ତି ଯେ, ବୋଧହୁଏ ମାହିଙ୍କୁ ଶେଷ ଥର ପାଇଁ ଆଇପିଏଲରେ ଖେଳିବାର ଦେଖିବାକୁ ମିଳିବ ।

ଏହି ସିଜିନରେ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ ପରେ ବିପକ୍ଷ ଦଳର ଖେଳାଳିଙ୍କୁ ଧୋନି ନିଜ ଜର୍ସି ଉପହାର ରୂପେ ଦେଇଛନ୍ତି । ଡାନିଏଲ୍ ନାମକ ଉପଭୋକ୍ତା କହିଛନ୍ତି ଯେ, ଏହି ସିଜିନରେ ଅନେକ ଖେଳାଳି ଧୋନିଙ୍କ ଜର୍ସି ଏବଂ ଅଟୋଗ୍ରାଫ୍ ପାଇଛନ୍ତି। କିଛି ଉପଭୋକ୍ତା ଭାବୁକ ହୋଇପଡିଛନ୍ତି ଏବଂ କହିଛନ୍ତି ଯେ, ମାହି ତାଙ୍କ ହୃଦୟରେ ସର୍ବଦା ଏକ ନମ୍ବର ଅଧିନାୟକ ରହିବେ।

Leave a Reply