କଳା ଟଙ୍କାରେ କଟୁଥିଲା ଅଏସର ଜୀବନ, ଲାଇଫ୍ ଥିଲା କିଙ୍ଗ୍ ସାଇଜ୍

1 min read
Luxurious Life Of IFS Officer Abhay Kant Pathak On Vigilance Net

ଭୁବନେଶ୍ୱର: ଅଭୟଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । ଅଭୟକାନ୍ତଙ୍କ ୧୨ଟି ସ୍ଥାନ ଉପରେ ଭିଜିଲାନ୍ସ ରେଡ୍ କରିଛି । ଓଡ଼ିଶାର ୫ଟି ସ୍ଥାନ ସହ ମୁମ୍ବାଇ, ପୁନେ, ପାଟଣା ଓ ଉଦୟପୁର ଆଦି ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ରେଡରେ ୧୫୦ ଅଫିସର୍ ସାମିଲ୍ ହୋଇଛନ୍ତି । ୧୯୮୭ ମସିହାର ଏହି IFS ଅଫିସର୍ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ ।

Luxurious Life Of IFS Officer Abhay Kant Pathak On Vigilance Net

ବିଳାସପୂର୍ଣ୍ଣ କାରରୁ ରାଜମହଲ ଭଳି ଏକାଧିକ ଫ୍ଲାଟ । ଏସବୁର ମାଲିକ ଅଭୟକାନ୍ତ । ୮ ହଜାର ସ୍କୋୟାରଫୁଟ ଉପରେ ବିଶାଳ ବିଳାସମୟ ଘର । ଯେଉଁଠି ଚଟାଣରୁ କାନ୍ଥ ସବୁଠୁ ଚାକଚକ୍ୟର ଝଲକ । ସବୁବେଳେ ଆକାଶରେ ଉଡ଼ୁଥିବା ଏହି ବାବୁ ଜଣଙ୍କ ଦେଶବନ୍ଦୀ ଥିବାବେଳେ ବି ବୁଲୁଥିଲେ । ଅବଶ୍ୟ ସରକାରୀ କାମରେ ନୁହେଁ । ଲକଡାଉନ୍ ବେଳେ ଅଭୟକାନ୍ତ ଚାର୍ଟର ଫ୍ଲାଇଟରେ ଭୁବନେଶ୍ୱରରୁ ପୁନେ, ମୁମ୍ବାଇ, ପାଟଣା, ଉଦୟପୁର ଭଳି ସ୍ଥାନକୁ ପୁଅ ସହ ଏକାଧିକ ଥର ଯାତ୍ରା କରିଥିଲେ । ଥରେ କି ଦୁଇଥର ନୁହେଁ ଦେଶରେ ଲକଡାଉନ୍ କଡ଼ାକଡ଼ି ଥିବାବେଳେ ଅଭୟକାନ୍ତ ୨୦ ଥର ବ୍ୟବହାର କରିଥିଲେ ଚାର୍ଟର ଫ୍ଲାଇଟ୍ ।

Luxurious Life Of IFS Officer Abhay Kant Pathak On Vigilance Net

ଗୋଟିଏ ଥର ଚାର୍ଟର ଫ୍ଲାଇଟ୍ ବ୍ୟବହାର ଲାଗି ୧୫ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ । ଏହିଭଳି ଭାବେ ଅମାପ ସମ୍ପତ୍ତିର ମାଲିକ ଅଭୟକାନ୍ତ ଲକଡାଉନ୍ ବେଳେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡ଼ୁଥିଲେ । ଦେଶର ମହଙ୍ଗା ସହର ମୁମ୍ବାଇ ଓ ପୁନେରେ ରହିଛି ବାବୁଙ୍କ ଫ୍ଲାଟ ଓ ଫାର୍ମ ହାଉସ୍ । ଆଖି ଖୋସିଦେଲା ଭଳି ୮ ହଜାର ସ୍କୋୟାରଫୁଟରେ ବିଶାଳକାୟ ବିଳାସପୂର୍ଣ୍ଣ ଘର ମଧ୍ୟ ରହିଛି । ଘରେ ଖଞ୍ଜା ହୋଇଛି ଗୋଟିଏଠୁ ବଳି ଗୋଟିଏ ନାମୀଦାମୀ କମ୍ପାନୀର ସରଞ୍ଜାମ । ଇଟାଲିଆନ୍ ମାର୍ବଲଠାରୁ ନାମୀ ଦାମୀ କଂପାନୀର ଆକ୍ସେସରିଜ୍ ସବୁ ଲାଗିଛି ।

Luxurious Life Of IFS Officer Abhay Kant Pathak On Vigilance Net

ଭୁବନେଶ୍ୱରରେ ଏତେବଡ଼ ଘର କରିଥିଲେ ମଧ୍ୟ ବାବୁ ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ସରକାରୀ କ୍ୱାର୍ଟରରେ ରହୁଥିଲେ । ଲକଡାଉନ୍ ବେଳେ ପୁଅ ଆକାଶ ପାଠକଙ୍କ ବିବାହ କରାଇଥିଲେ । ଲୋକ ସମାଗମ ମନା ହେତୁ ବାହାଘର ଭୋଜି ଦେଇପାରି ନଥିଲେ । ଆଉ ଏବେ ୭ ଦିନ ଧରି ସେ ବାହାଘର ଭୋଜି ଦେଇଛନ୍ତି । ଚାର୍ଟର ଫ୍ଲାଇଟ, ଏକାଧିକ ବିଳାସପୂର୍ଣ୍ଣ କାର ସହ ବଡି ଗାର୍ଡ ରଖିଥିବା ଆଇଏଫଏସ୍ ଅଧିକାରୀଙ୍କ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସୂଚନା ଦେବା ପରେ ଭିଜିଲାନ୍ସ ୧୨ଟି ସ୍ଥାନରେ ରେଡ୍ ଜାରି ରଖିଛି । ତାଙ୍କ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି ।

Luxurious Life Of IFS Officer Abhay Kant Pathak On Vigilance Net

୧୯୮୭ ବ୍ୟାଚର ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ନିଜ ଲାଇଫ୍ ଷ୍ଟାଇଲ ପାଇଁ ପାଦରୁ ମୁଣ୍ଡ ଯାଏ ଦୁର୍ନୀତିରେ ଡୁବି କି ରହିଥିଲେ । ହେଲେ ଭୁଲି ଯାଇଥିଲେ ଜିରୋ ଟଲେରାନ୍ସ କଥା । ଭୁଲି ଯାଇଥିଲେ ତାଙ୍କ ନବାବୀ ଲାଇଫ୍ ଷ୍ଟାଇଲ ତାଙ୍କୁ 5T ସ୍କାନରକୁ ନେଇ ସାରିଲାଣି । ଆଉ ବୁଧବାର ସକାଳ ତାଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି । ସିଧା ଆକାଶରୁ ଖସି ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । କେତେ କୋଟି, କେତେ କୋଠି କଳା ଟଙ୍କାରେ ତିଆରି ହୋଇଛି ଭିଜିଲାନ୍ସ ଖୋଳତାଡ଼ କରୁଛି । କିନ୍ତୁ ଗୋଟେ କଥା ସତ ଏବେ ବାବୁଙ୍କ ଡେଣା କଟିଯାଇଛି । ଉଡିବାକୁ ଚାହିଁଲେ ବି ଉଡ଼ିବା ସହଜ ହେବନି ।

Leave a Reply