ହାଥରସ ଗଣଦୁଷ୍କର୍ମ ମାମଲା: ଆହ୍ଲାବାଦ ହାଇକୋର୍ଟ ଶୁଣାଣିରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୟୁପିର ହାସରଥ ଦଳିତ ଝିଅ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସୋମବାର ଆହ୍ଲାବାଦ ହାଇକୋର୍ଟରେ ହୋଇ ଯାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୋର୍ଟ ୟୁପି ପୋଲିସ ପ୍ରଶାସନ ଏବଂ ପୀଡ଼ିତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ଏଥିସହିତ ଉଭୟଙ୍କ ପକ୍ଷ ମଧ୍ୟ ଶୁଣିଛନ୍ତି । ସାମଗ୍ରିକ ଘଟଣାର ପୂର୍ବାପର ପ୍ରସଙ୍ଗକୁ ବିଚାରକୁ ନିଆଯାଇ ୟୁପି ପୋଲିସ ଡିଜିପି, ମୁଖ୍ୟ ଶାସନ ସଚିବ ଏବଂ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ଉତ୍ତର ତଲବ କରାଯାଇଛି   ।

ସେହିପରି ଶୁଣାଣି ସମୟରେ ପୀଡିତଙ୍କ ପରିବାର କୋର୍ଟରେ ୩ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ମାମଲାଟିକୁ ୟୁପି ବ୍ୟତୀତ ଅନ୍ୟ କୌଣସି ରାଜ୍ୟକୁ ସ୍ଥାନ୍ତାନ୍ତର କରି ଦିଆଯାଉ । ସିବିଆଇ ଦ୍ୱାରା ତଦନ୍ତ କରାଯାଉଥିବା ତଥ୍ୟଗୁଡିକୁ ତଦନ୍ତର ନିର୍ଯ୍ୟାସ ନ ମିଳିଲା ଯାଏ ଗୋପନ ରଖାଯାଉ । ସେହିପରି ଏପରି ଏକ ସମ୍ବେଦଶୀଳ ପ୍ରସଙ୍ଗ ତଦନ୍ତ ସରିବା ଯାଏ, ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ ।

PIL Filed In High Court On Minor Girl Gang Rape Matter

ପୀଡ଼ିତାଙ୍କ ପରିବାର ପକ୍ଷରୁ ସୀମା କୁଶୱା ସମସ୍ତ ତଥ୍ୟ ଆହ୍ଲାବାଦ ହାଇକୋର୍ଟ ନିକଟରେ ଦାଖଲ କରିଛନ୍ତି ।ହାଇକୋର୍ଟରେ ୟୁପିର ଅତିରିକ୍ତ ଆଡଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ମାମଲାରେ ସେ ଡିଜିପି, ମୁଖ୍ୟ ସଚିବ ଏବଂ ସ୍ଥାନୀୟ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ସେହିପରି ୟୁପି ସରକାର ପୂର୍ଣ୍ଣାଙ୍ଗ ପକ୍ଷ ରଖିବା ପାଇଁ ନଭେମ୍ବର ୨ ପର୍ଯ୍ୟନ୍ତ ସମୟ ମାଗିଛନ୍ତି ।

Hathras Gang Rape Victim's Father Unhappy With Probe, Demands CBI Investigation

ଏ ସବୁ ମଧ୍ୟରେ ଯେଉଁଭଳି ଭାବେ ଦଳିତ ଝିଅର ଶବ ସତ୍କାର କରାଯାଇଥିଲା, ତାହାକୁ ନେଇ ହାଇକୋର୍ଟ ରୋଷ ପ୍ରକାଶ କରିଛନ୍ତି । କେଉଁ ପରିସ୍ଥିତିରେ ଏପରି କରାଗଲା ବୋଲି କୋର୍ଟପ୍ରଶାସନକୁ ପଚାରିଥିଲେ । ଯଦି ଆପଣଙ୍କ ଝିଅର ଶବ ସହ ଏପରି ହୋଇ ଥାଆନ୍ତା, ତେବେ ଆପଣ କ’ଣ ଅନୁମତି ଦେଇଥାଆନ୍ତେ କି ପରି ପ୍ରଶ୍ନ କୋର୍ଟ କରିଥିଲେ ।  ଅପରପକ୍ଷରେ ଏହି ପ୍ରଶ୍ନର କୌଣସି ଯୁକ୍ତିଯୁକ୍ତ ଉତ୍ତର ୟୁପି ପୋଲିସ ପ୍ରଶାସନ ପକ୍ଷରୁ ଦିଆଯାଇ ପାରି ନ ଥିଲା । ପୀଡିତାଙ୍କ ପରିବାର ଯେଉଁ ସୁରକ୍ଷା ମାଗିଛନ୍ତି, ଏହି ଆବେଦନକୁ ଗ୍ରହଣ କରି କୋର୍ଟ ମଧ୍ୟ ସୁରକ୍ଷା ପାଇଁ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ ହେବ ବୋଲି ଜଣାପଡିଛି ।

 

Leave a Reply