୨୦୨୨ ସୁଦ୍ଧା କାର୍ଯ୍ୟ କରିବ ଦେଶର ନୂଆ ସଂସଦ ଭବନ: ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ୨୦୨୨ ମସିହା ସୁଦ୍ଧା ଦେଶର ନୂଆ ସଂସଦ ଭବନ କାର୍ଯ୍ୟ କରିବ । ଦେଶର ୭୫ ତମ ସ୍ୱାଧୀନତା ଦିବସ ନୂଆ ସଂସଦ ଭବନରେ ପାଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କାନାଡାର ଅଟାୱାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଦେଶ ମାନଙ୍କର ବାଚସ୍ପତି ଓ ପୀଠାସିନ ଅଧିକାରୀ ମାନଙ୍କର ୨୫ ତମ ସମ୍ମିଳନୀ ଅବସରରେ ସେ ଏକଥା ସ୍ପଷ୍ଟ କରିଛନ୍ତି । ଏହାମଧ୍ୟରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ମଧ୍ୟରେ ସେଣ୍ଟ୍ରାଲ ଭିଷ୍ଟାର ପୁନଃ ନିର୍ମାଣ କାମ ଆରମ୍ଭ ହୋଇସାରିଲାଣି । ଯାହା ଅନ୍ତତଃପକ୍ଷେ ୨୫୦ ବର୍ଷ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି ।ନୂଆ ଭାରତ ଗଠନ ପାଇଁ ସଂସଦ ଭବନ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ବିଲ୍ଡିଂରେ ସାଂସଦ ଓ କର୍ମଚାରୀ ମାନେ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ସଂସଦ ଭବନକୁ ଏବେ ୯୨ ବର୍ଷ ପୁରିଲାଣି । ନୂତନ ବିଲ୍ଡିଂ ନିର୍ମାଣ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ହେଲେ ସରକାରୀ ଭାବେ କୌଣସି ବିବୃତି ଆସିନଥିଲା । ନୂତନ ବିଲ୍ଡିଂ ନିର୍ମାଣ ନେଇ ସମସ୍ତଙ୍କ ସହ ଆବଶ୍ୟକୀୟ ବିଚାର ବିମର୍ଶ ଶେଷ ହୋଇଥିବା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିଛନ୍ତି ।

Leave a Reply