ଗ୍ୟାସ୍ ଏଜେନ୍ସିରେ ଅପଡେଟ୍ କରାଇ ନିଅନ୍ତୁ ଏହି ୨ ତଥ୍ୟ, ନହେଲେ ଅଟକିଯିବ ସିଲିଣ୍ଡର ଡେଲିଭରୀ

1 min read
LPG Cylinder New Rules For Home Delivery From Today Update Mobile Number

ନୂଆଦିଲ୍ଲୀ: ଆଜିଠୁ ବଦଳି ଯାଇଛି ରୋଷେଇ ଗ୍ୟାସ୍ ଡେଲିଭରୀର ନିୟମ । ଘରୋଇ ଗ୍ୟାସ୍ ଚୋରି ରୋକିବା ଏବଂ ଠିକ୍ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ ତେଲ କମ୍ପାନୀ ସିଲିଣ୍ଡର ଡେଲିଭରୀ ସିଷ୍ଟମ ଲାଗୁ କରିଛନ୍ତି । ନୂଆ ନିୟମ ପ୍ରକାରେ ସିଲିଣ୍ଡର ଡେଲିଭରି ବେଳେ ଡେଲିଭରୀ ବଏଙ୍କୁ ଓଟିପି ଦେବାକୁ ପଡ଼ିବ । ଏହା ପରେ ହିଁ ଆପଣଙ୍କୁ ଗ୍ୟାସ୍ ଟାଙ୍କି ମିଳିବ ।

LPG Cylinder New Rules For Home Delivery From Today Update Mobile Number

ତେଲ କମ୍ପାନୀ ଅନୁସାରେ, ଗୋଟିଏ ନମ୍ବରରେ ୧୦୦ଟି ସ୍ମାର୍ଟ ସିଟିରେ ଗ୍ୟାସ୍ ଡେଲିଭରୀ ପାଇଁ ୱାନ୍ ଟାଇମ୍ ପାସୱାର୍ଡ (OTP) ଦେବା ବାଧ୍ୟତାମୂଳକ । ଏହି ନୂଆ ସିଷ୍ଟମକୁ ଡେଲିଭରୀ ଅଥେଣ୍ଟିକେସନ୍ କୋଡ୍ (DAC) ନାମ ଦିଆଯାଇଛି । ଏଣିକି ବୁକିଂ କରିଦେଲେ ସିଲିଣ୍ଡର ଡେଲିଭରୀ ହେବ ନାହିଁ । ସେଥିପାଇଁ ଆପଣଙ୍କ ନମ୍ବରକୁ ଆସିଥବା କୋଡ୍ ଡେଲିଭକୀ ବଏକୁ ଦେବାକୁ ପଡ଼ିବ ।

ନୂଆ ସିଲିଣ୍ଡର ଡେଲିଭରୀ ପଲିସି ଅନୁସାରେ ଯେଉଁ ଗ୍ରାହକଙ୍କ ଠିକଣା ଓ ମୋବାଇଲ୍ ନମ୍ବର ଭୁଲ୍ ଥିବ ସେମାନଙ୍କୁ ସିଲିଣ୍ଡର ମିଳିବ ନାହିଁ । ତେଣୁ ସମସ୍ତ ଗ୍ରାହକ ତାଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଅପଡେଟ୍ କରାଇ ନେବାକୁ ତେଲ କମ୍ପାନୀ କହିଛନ୍ତି । ଫଳରେ ସିଲିଣ୍ଡର ଡେଲିଭରୀ ବେଳେ ଆଉ ଅସୁବିଧା ହେବ ନାହିଁ । ତେବେ, ଏହି ନିୟମ କେବଳ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ଲାଗୁ ହୋଇଛି ।

LPG Cylinder New Rules For Home Delivery From Today Update Mobile Number

ଏଥିସହ ତେଲ କମ୍ପାନୀ ଏଲପିଜି ଗ୍ୟାସ୍ ସିଲିଣ୍ଡରର ନୂଆ ଦର ଜାରି କରିଛନ୍ତି । ନଭେମ୍ବର ମାସରେ ୧୪ କେଜି ରୋଷେଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୯ କେଜି କମର୍ସିଆଲ୍ ସିଲିଣ୍ଡର ପିଛା ୭୮ ଟଙ୍କା ଦର ବୃଦ୍ଧି ପାଇଛି ।

Leave a Reply