କାନପୁର ଲଭ ଜିହାଦର ସତ୍ୟାସତ୍ୟ କ’ଣ? ନାମ ଲୁଚାଇ ପ୍ରେମ… ତା’ପରେ ଧର୍ମ ପରିବର୍ତ୍ତନ !

1 min read

କାନପୁର: କାନପୁରରେ ବର୍ତ୍ତମାନ ଲଭ ଜିହାଦକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଭଳି ହିନ୍ଦୁ ସଙ୍ଗଠନ ତରଫରୁ ବିରୋଧ କରାଯାଉଛି । ନିକଟରେ ଧର୍ମ ପରିବର୍ତ୍ତନର ୫ଟି ମାମଲା ସାମ୍ନାକୁ ଆସିବା ପରେ ସହରରେ ଏକ ସଙ୍ଗଠିତ ଗ୍ୟାଙ୍ଗ ସକ୍ରିୟ ଥିବାର ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ସଦସ୍ୟ ନିଜ ପରିଚୟ ଲୁଚାଇ ସୋସିଆଲ ମିଡିଆରେ ଫେକ ଆଇଡି ଖୋଲିଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଧର୍ମର ଝିଅଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛନ୍ତି । ଏଭଳି ଅଭିଯୋଗ ପୋଲିସକୁ ମଧ୍ୟ ଆଶ୍ଚର୍ୟ୍ୟ କରିଛି । ଉକ୍ତ ଘଟଣାର ତଦନ୍ତ ପାଇଁ ଆଇଜି ଏସଆଇଟି ଟିମ ଗଠନ କରିଛନ୍ତି ।

କାନପୁରର ମିଶ୍ରିତ ଅଞ୍ଚଳ ଯେପରି କଲୋନି,ସଫେଦ କଲୋନି,ମଛରିୟା,ଜାଜାମଉ,ସାୟଦ ନଗର ଓ ଛାବନୀ ଭଳି ଅଞ୍ଚଳରେ ଉକ୍ତ ଗ୍ୟାଙ୍ଗ ସକ୍ରିୟ ରହିଛି । ଧର୍ମ ପରିବର୍ତ୍ତନ କରିଥିବା ଶାଲୀନି ଯାଦବରୁ ଫାତିମା ହୋଇଥିବା ଯୁବତୀଙ୍କ ବନ୍ଧୁତା ମଧ୍ୟ ଫେସବୁକରୁ ହୋଇଥିଲା । ଏବେ ଶାଲୀନି ଧର୍ମ ପରିବର୍ତ୍ତନ କରି ବିବାହ କରି ସାରିଛନ୍ତି । ତେବେ ଶାଲୀନିଙ୍କ ସମେତ ୫ଜଣ ଯୁବତୀ ଏହିଭଳି ପଦକ୍ଷେପ ନେଇଥିବା ଘଟଣା ସାମ୍ନାକୁ ଆସିଛି । ଏମାନଙ୍କ ପରିବାର ୨୪ ଅଗଷ୍ଟକୁ ଆଇଜି ରେଞ୍ଜ ସହିତ ସାକ୍ଷାତ କରି ଅଭିଯୋଗ ଶୁଣାଇଛନ୍ତି । ତେବେ କଥାରେ ଭୁଲାଇ ଉକ୍ତ ଯୁବତୀ ମାନଙ୍କୁ ଧର୍ମ ପରିବର୍ତ୍ତନ କରାଇ ଥିବାର ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର । ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ବୟାନ ରେକର୍ଡ଼ କରିବା ପାଇଁ ମଧ୍ୟ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି ।

୬ ବର୍ଷ ଧରି ପ୍ରେମ କରୁଥିବା ମୋହମ୍ମଦ ଫୈସଲଙ୍କୁ ଶାଲୀନି ବିବାହ କରିଛନ୍ତି ଏବଂ ସେ ଗାଜିୟାବାଦରେ ଧର୍ମ ପରିବର୍ତ୍ତନ କରି ଫାତିମା ହୋଇ ଯାଇଛନ୍ତି । ଶାଲୀନିଙ୍କ ପରିବାର ଫୈସଲଙ୍କ ସମେତ ୭ ଜଣଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ କିଭଳି ଘରୁ କଲେଜରେ ପରୀକ୍ଷା ଅଛି କହି ବାହାରି ଯାଇ ୬ ବର୍ଷ ଧରି ପ୍ରେମ କରୁଥିବା ଯୁବକକୁ ନିଜ ଇଛାରେ ବିବାହ କରିଛି ତାହାର ଏକ ଭିଡ଼ିଓ ଭାଇରାଲ କରିଥିଲେ ଶାଲୀନି । ବିନା କୌଣସି ବାଧ୍ୟ ବାଧକତାରେ ଧର୍ମ ପରିବର୍ତ୍ତନ କରିଥିବା ମଧ୍ୟ ଶାଲୀନି ସେହି ଭିଡ଼ିଓରେ କହିଛନ୍ତି । ତେବେ କେବଳ ଶାଲୀନି ନୁହଁନ୍ତି ବରଂ କଲ୍ୟାଣପୁରରେ ରହୁଥିବା ତାଙ୍କ ଭଉଣୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ପରିବାର ଲୋକ ଅଭିଯୋଗ କରିବା ପରେ ପ୍ରେମ ପସଙ୍ଗ କହି ପୋଲିସ ମାମାଲା ରୁଜୁ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ।

ଆଇଜି ରେଞ୍ଜ ମୋହିତ ଅଗ୍ରଓ୍ୱାଲ ଲଭ ଜିହାଦ ଅଭିଯୋଗକୁ ଗୁରୁତ୍ୱର ସହିତ ନେଇଛନ୍ତି । ସେ ଏସପି ଦୀପକ ଠାକୁରଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିଛନ୍ତି । ଅନ୍ୟ ପକ୍ଷରେ ବଜରଙ୍ଗ ଦଳ କରିଥିବା ଅଭିଯୋଗକୁ ଆଧାର କରି ମଧ୍ୟ ଏହାର ଯାଞ୍ଚ କରାଯିବ । ପୋଲିସ ତଦନ୍ତରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁସାରେ ୫ ଜଣ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇଥିବା ସମସ୍ତ ଯୁବକ ଗୋଟିଏ କଲୋନୀର । ଏହା ସହିତ ପରିଚୟ ଲୁଚାଇ ବନ୍ଧୁତା କରିଥିଲେ ଭଳି ଖବର ସାମ୍ନାକୁ ଆସିଛି ।

Leave a Reply