କରୋନା କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର  । ଶ୍ରୀମନ୍ଦିର ଭଳି ଏକାମ୍ରକ୍ଷେତ୍ରରେ ମଧ୍ୟ ପ୍ରଥମେ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । କୋଭିଡ କଟକଣା ମଧ୍ୟରେ ସମସ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ବାରିକେଡ୍‌ କରାଯାଇଥିବା ବେଳେ ଏକ ଅସ୍ଥାୟୀ କୋଭିଡ ଟେଷ୍ଟିଂ ସେଣ୍ଟର କରାଯାଇଛି । ସେବାୟତଙ୍କ ପରିବାର ପରେ ଭୁବନେଶ୍ବରବାସୀ ଏବଂ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।  ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବେ । କୋଭିଡ୍‌ ଟେଷ୍ଟ ପରେ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଏଥର ଗର୍ଭଗୃହକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ଧାଡ଼ିରେ ଯିବେ ।  ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ,  ୬ ତାରିଖ ପରଠାରୁ ବାହାର ଲୋକଙ୍କୁ ଅନୁମତି ଦିଆଯିବ ।

ଏଥିସହିତ ପଢ଼ନ୍ତୁ: ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

Leave a Reply