୨୬ ବର୍ଷ ପରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଚାଲିଛି । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ଶ୍ରୀଜୀଉଙ୍କର ଏହି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ପରମ୍ପରା ଓ ବିଧି ଅନୁସାରେ ଆଜି ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯାଉଛି । ପୁରୀ ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ବେଶ ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ ଆବଶ୍ୟକ ସୋଲୋ, ବେତ ଓ ପଟ ଆଦି ରଖାଯାଇଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ପରବର୍ତ୍ତୀ ସମୟରେ ଯୋଗାଡ଼ କରାଯିବ ।

ଏହି ବେଶରେ ଧନୁତୀର ଓ ୧୬ ପ୍ରକାର ଆୟୁଧ ସମେତ ବେତରେ ନିର୍ମିତ ହାଣ୍ଡିଆ, ନଗଫୁଲ, ଦାଢ଼ି, ଧେନୁ ଓ ତାଟି ଆଦି ନିର୍ମାଣ ହେବ । ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ୩୦ ଦିନ ଲାଗିବ । ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିଥିବାରୁ କାରିଗରମାନେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି।

Leave a Reply