ପୁଣି ମାତିଲେ ଲୁଟେରା, ଯୁବତୀଙ୍କଠୁ ଝାମ୍ପିନେଲେ ଲକ୍ଷେ ଟଙ୍କା

Lootera

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ମାଳ ମାଳ ପୋଲିସ ଥାଇ ବି ଥମୁନି ଅପରାଧ । ଲୁଟ୍‌, ହତ୍ୟା ଭଳି ଅପରାଧିକ କାର୍ଯ୍ୟକଳାପ ସତେ ଯେମିତି ରାଜଧାନୀର ନିତି ଦିନିଆ ଘଟଣା ହୋଇ ସାରିଲାଣି ।

ମାତ୍ର କେଇ ଦିନ ବ୍ୟବଧାନରେ ଆଜି ପୁଣି ରାଜଧାନୀରେ ମାତିଛନ୍ତି ଲୁଟେରା । ଲୁଟି ନେଇଛନ୍ତି ଟଙ୍କା ଭର୍ତ୍ତି ବ୍ୟାଗ୍ ।‌‌ ବନ୍ଧୁକ ମୁନରେ ବ୍ୟାଙ୍କ ମହିଳା କର୍ମଚାରୀଙ୍କଠାରୁ ଝାମ୍ପି ନେଲେ ଏକ ଲକ୍ଷ ଟଙ୍କା । ବାଇକରେ ଆସି ଝାମ୍ପି ନେଲେ, ଆଖି ପିଛୁଳାକେ ଉଭାନ୍‌ ହୋଇଗଲେ ।

Lootera

ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧିନ ବରମୁଣ୍ଡା ଗାଁ ଭିତରେ । ଏନେଇ ଥାନାରେ ଉକ୍ତ ମଳିଳା ଜଣକ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଲରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଗାଁ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଟଙ୍କା ଝାମ୍ପି ନେଲା ବେଳେ ଲୁଟେରାଙ୍କ ହାତରୁ ବନ୍ଧୁକଟି ଖସି ପଡ଼ିଥିଲା । ପୋଲିସ ଉକ୍ତ ବନ୍ଧୁକକୁ ଜବତ କରିଥିବା ଜଣାପଡ଼ିଛି ।

Lootera

ଯୁବତୀ ଜଣକ ବ୍ୟାଙ୍କ୍‌ ତରଫରୁ ବରମୁଣ୍ଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁକୁ ଟଙ୍କା କଲେକ୍ସନ୍‌ ପାଇଁ ଯାଇଥିଲେ । ଟଙ୍କା ଧରି ସେ ପୁଣି ବ୍ୟାଙ୍କକୁ ଡିପୋଜିଟ୍‌ ପାଇଁ ଫେରୁଥିଲେ । ହେଲେ ସେ ଜାଣି ନଥିଲେ ରାସ୍ତାରେ ଟଙ୍କା ଲୁଟ୍‌ କରିବାକୁ ଚାହିଁ ବସିଛନ୍ତି ଲୁଟେରା । ଦ୍ରୁତ ଗତିରେ ଆସି ଯୁବତୀଙ୍କଠାରୁ ଟଙ୍କା ଝାମ୍ପି ନେଲେ ଆଉ ଉଭାନ୍‌ ହୋଇଗଲେ ।

Leave a Reply