୮ ମାସରେ ୬ ଜଣଙ୍କ ସ୍ତ୍ରୀ, ବାହାଘର ପିଛା ମିଳୁଥିଲା ୧୦ ହଜାର ଟଙ୍କା

ରାଜସ୍ଥାନ: ବାହାଘରର ଦୁଇ ଦିନ ପରେ ବୋହୂ ବାପଘରକୁ ଯିବାକୁ ଜିଦ୍ ଧରିଥିଲା । ବୋହୂ ସହ ବର ମଧ୍ୟ ତା ଘରକୁ ଯିବାକୁ କହିଲା । ମଝି ରାସ୍ତାରେ କିଛି ଗଡ଼ବଡ଼ ହେଉଥିବା ଜଣିବା ପୂର୍ବରୁ ତାର ହତ୍ୟାର ଷଡ଼ଯନ୍ତ୍ର ହୋଇସାରିଥିଲା । ତା ପର ଦିନ ଲୋକମାନଙ୍କୁ ଗଛରେ ଛୁଲୁଥିବା ବରର ମୃତ ଦେହ ମିଳିଥିଲା । ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଜଣେ ଡକାୟତ ବୋହୂକୁ ବାହା ହେଇଥିଲେ ।

୭ ଦିନ ପୂର୍ବେ ରତଲାମ ଜିଲ୍ଲାର ସୌଲାନା ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଡକାୟତ ବୋହୂ ଗ୍ୟାଙ୍ଗର ପର୍ଦଫାସ କରିଛି । ଅଭିଯୁକ୍ତ ଯୁବତୀ ଜଣଙ୍କ ପୂର୍ବରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ମିଥ୍ୟା ବିବାହ କରିସାରିଛି । ସୌଲାନାରେ ୭ ଦିନ ପୂର୍ବେ  ବାଂଶବାଡାରେ ମହେନ୍ଦ୍ର  (୨୯) ଙ୍କ ମୃତ ଦେହ ମିଳିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିଲା ଯେ ଯୁବକଙ୍କ ସ୍ତ୍ରୀ ମୀନାକ୍ଷୀ ତାଙ୍କ ହତ୍ୟା କରିଛନ୍ତି । ମହେନ୍ଦ୍ରଙ୍କ ବାହଘରକୁ ମାତ୍ର ଦୁଇ ଦିନ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ମୀନାକ୍ଷୀ ତା ଗ୍ୟାଙ୍ଗ ସହ ଫେରାର ହୋଇଯାଇଥିଲା ।

ମହେନ୍ଦ୍ର  ଏବଂ ମୀନାକ୍ଷୀଙ୍କ ବାହାଘର ବ୍ୟୁରୋ ମାଧ୍ୟମରେ ହୋଇଥିଲା । ବାହାଘର ପାଇଁ ମୀନାକ୍ଷୀଙ୍କ ନକଲି ଭାଇ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ ଯାହାପରେ କୋର୍ଟ ଏବଂ ପରିବାରବର୍ଗଙ୍କ ସହମତିରେ ବିବାହ ହୋଇଥିଲା । ବାହାଘରର ଦୁଇଦିନ ପରେ ମୀନାକ୍ଷୀଙ୍କ ସଂପର୍କୀୟ ଭାବରେ ଚାରିଜଣ ଆସିଲେ ଏବଂ ମହେନ୍ଦ୍ରଙ୍କୁ ଗାଡ଼ିରେ ବସାଇ ନିଜ ସହ ନେଇଗଲେ । ତା’ ପରଦିନ ମେହେନ୍ଦ୍ରଙ୍କ ମୃତ ଦେହ ସୌଲାନା ପାଖ ଏକ ଗଛରେ ଛୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥଲା । ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ନିଜ ଗୁପ୍ତଚର ବ୍ୟବସ୍ଥା ଏବଂ ସାଇବର ସେଲ୍ ସକ୍ରିୟ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ପୋଲିସକୁ ମୀନାକ୍ଷୀର ବାପାଙ୍କ ମୋବାଇଲ ନମ୍ବର ଲୋକେସନ ମିଳିଥିଲା ଯାହା ଇନ୍ଦୋର, ବରୋଲୀ ଗାଁର ଥିଲା । ଏହାପରେ ପୋଲିସ ଲୋକେସନରେ ପହଞ୍ଚି ମୀନାକ୍ଷୀକୁ ଗିରଫ କରିଥିଲା ।

ମୀନାକ୍ଷୀ ପୋଲିସକୁ କହିଥିଲେ ଯେ, ସେ ତିନି ବର୍ଷ ପୂର୍ବେ ସ୍ୱାମୀଙ୍କୁ ଛାଡିବା ପରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ଏହି ସମୟରେ ମୀନାକ୍ଷୀ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ସହ ଝଗଡା କରି ସେମାନଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ମୀନାକ୍ଷୀ ଉତ୍ତରପ୍ରଦେଶର ବାସିନ୍ଦା ପୁଷ୍ପେନ୍ଦ୍ର ଦୁବେ ନାମକ ଜଣେ ଯୁବକଙ୍କୁ ଭେଟିଥିଲେ । ପୁଷ୍ପେନ୍ଦ୍ର ବିବାହ ନାମରେ ଠକେଇରେ ଲିପ୍ତ ଥିଲେ । ମୀନାକ୍ଷୀ ତା ସହ ମିଶି ଠକେଇରେ ସାମିଲ ହୋଇଥିଲା । ପୁଷ୍ପେନ୍ଦ୍ର ଜରିଆରେ ହିଁ ସେ ମହେନ୍ଦ୍ରକୁ ଭେଟିଥିଲା ।

ମୀନାକ୍ଷା ପୋଲିସକୁ କହିଥିଲେ ଯେ, ତାକୁ ଗୋଟିଏ ବାହାଘର ପାଇଁ ୧୦ ହଜାର ଟଙ୍କା ମିଳୁଥିଲା । ମୀନାକ୍ଷା ଏଯାବତ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ଏହି ମିଥ୍ୟା ବିବାହର ଷଡ଼ଯନ୍ତ୍ର ରଚିସାରିଛି । ୮ ମାସରେ ସେ ୬ ଥର ବିବାହ କରିସାରିଥିଲା । ଜୁଲାଇ ୨୮ ତାରିଖ ରାତିରେ ସାରିକା ଉର୍ଫ ସଙ୍ଗୀତା ନାମକ ଜଣେ ମହିଳା ଏବଂ ତାର ସ୍ୱାମୀ ହୋଇ ଆସିଥିବା ଜଣେ ଯୁବକ ଏବଂ ଗଜେନ୍ଦ୍ର ପୁରୋହିତ ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାରରେ କେହି ଜଣେ ଅସୁସ୍ଥ ଅଛନ୍ତି ବୋଲି କହି ମୀନାକ୍ଷୀଙ୍କୁ ଯିବାକୁ କହିଲେ । ଏହି ସମୟରେ ମହେନ୍ଦ୍ରକୁ ସନ୍ଦେହ ହେଲା ଏବଂ ସେ ମଧ୍ୟ ସାଙ୍ଗରେ ଯିବେ ବୋଲି କହିଲେ ।

ଏହାପରେ ସମସ୍ତେ ମହେନ୍ଦ୍ର ସହିତ ଇନ୍ଦୋର ଯିବା ପାଇଁ ବାହାରିପଡ଼ିଲେ । ମଝି ରାସ୍ତାରେ ମହେନ୍ଦ୍ର ନିଜ ସହ ହୋଇଥିବା ଧୋକା ବିଷୟରେ ଜାଣିସାରିଥିଲା । ଏହି କଥାକୁ ନେଇ ସମସ୍ତେ ମହେନ୍ଦ୍ରଙ୍କ ସହ ଝଗଡ଼ା କରିବାକୁ ଲାଗିଲେ ଏବଂ ହାତାହାତି ଆରମ୍ଭ ହୋଇଗଲା । ଏହାପରେ ଗଜେନ୍ଦ୍ର ଟୋଲ ଗେଟ ପାର ହେବା ପରେ ମହେନ୍ଦ୍ରକୁ ଗାଡ଼ି ବାହାରକୁ ଧକ୍କା  ଦେଇଥିଲା । ଗାଡିରୁ ମହେନ୍ଦ୍ର ପଡିବା ପରେ ସେମାନେ ଭ୍ୟାନ ଧରି ଚାଲିଯାଇଥିଲେ ।

ନିଜ ସହ ହୋଇଥିବା ଧୋକାରେ ହତାଶ ହୋଇ ମହେନ୍ଦ୍ର ତାଙ୍କ ସାର୍ଟ ସାହାଯ୍ୟରେ କିଛି ଦୂରରେ ଥିବା ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ ପୂର୍ବରୁ ସନ୍ଦେହ କରିଥିଲା ​​ଯେ ଯୁବକଙ୍କୁ ହତ୍ୟା କରାଯାଇ ଗଛରେ ଫାଶୀ ଦିଆଯାଇଥିଲା, କିନ୍ତୁ ଘଟଣା ସ୍ଥଳରେ ଝୁଲିବା ପାଇଁ ବ୍ୟବହୃତ ପଥର ଏବଂ ପୋଷ୍ଟମର୍ଟମ ପରେ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ିଥିଲା । ଏହି ମାମଲାରେର ଆରମ୍ଭ ରାଜସ୍ଥାନର ବାଂଶବାଡାରେ ହୋଇଥିବାରୁ ରତଲାମ ପୋଲିସ ଅଭିଯୁକ୍ତ ମୀନାକ୍ଷୀକୁ ସଦର ଥାନା ବଂଶବାଡା ମହିଳା ପୋଲିସକୁ ହସ୍ତାନ୍ତର କରିଦେଲା ଯେଉଁଠି ମୀନାକ୍ଷୀ ଏବଂ ବିବାହ ଗ୍ୟାଙ୍ଗର ସଞ୍ଚାଳକ ମୁକେଶ ଜୋଶୀ ବିରୋଧରେ ଆଇପିସି ଧାରା ୩୬୫ ଆଧାରରେ ମାମଲା ଦାଖଲ କରାଯାଇଛି ।

Leave a Reply