ବୃଥାରେ ଗଲା ସାରା ରାତିର ପ୍ରରିଶ୍ରମ, ଖାଲି ହାତରେ ଫେରିଲେ ଲୁଟେରା

ଦେବଗଡ଼: ରାତିର ଅନ୍ଧକାରରେ ଲୁଟର ପ୍ଲାନ କରିଥିଲେ ଲୁଟେରା । ସାରା ରାତିର ପରିଶ୍ରମ ବୃଥାରେ ଗଲା । ରାତିସାରା ବ୍ୟାଙ୍କରୁ ଲୁଟିବାକୁ କଷ୍ଟେ ମଷ୍ଟେ ସବୁ ତାଲା ଭାଙ୍ଗିଲେ କିନ୍ତୁ କିଛି ଫଳ ମିଳିଲା ନାହିଁ । ଶେଷରେ ଖାଲି ହାତରେ ଫେରିଲେ ଦୃର୍ବୁତ୍ତ । ଦେବଗଡ଼ ଜିଲ୍ଲା ବଳମ ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ ଫେଲ୍ ମାରିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କଡ଼ା ସୁରକ୍ଷା ଘେରରେ ବ୍ୟାଙ୍କର ତାଲା ଭାଙ୍ଗିବାରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତମାନେ । ତାଲା ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗିଦେଇଥିଲେ ।

ତେବେ ଷ୍ଟ୍ରଙ୍ଗରୁମରେ ପଶିପାରିନଥିବାରୁ ଟଙ୍କା ଲୁଟିବାର ପ୍ଲାନ ସେମାନଙ୍କର ଫେଲ ମାରିଥିବା  ସୂଚନା ମିଲିଛି । ସେପଟେ ଘଟଣା ଜାଣିବା ପରେ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply