ମଦ ନିଶା ଚଢିଗଲା ପରେ ଟଙ୍କା ସହ ପିନ୍ଧିଥିବା ସାର୍ଟପ୍ୟାଣ୍ଟ ବି ଲୁଟିନେଲେ ଅଚିହ୍ନା

ବୁର୍ଲା:  ଫିଲ୍ମି ଷ୍ଟାଇଲରେ ଲୁଟି ନେଲେ । ଅଚିହ୍ନା ଲୋକଙ୍କ ସହ ମଦ ପିଇବା ପଡିଲା ମହଙ୍ଗା । ସ୍ତ୍ରୀର ଚିକିତ୍ସା ପାଇଁ ଆସି ଖାଇବାକୁ ଯାଇଥିଲେ ସ୍ୱାମୀ । ଖାଇବା ପରିବର୍ତ୍ତେ ପିଇ ବାକୁ ମନ ବଳାଇଥିଲେ ସ୍ୱାମୀ । ଆଉ ମଦ ପିଇବା ପାଇଁ ସାଥି କରିଥିଲେ କିଛି ଅଚିହ୍ନା ଲୋକଙ୍କୁ । ସାଙ୍ଗ ହୋଇ ମଦ ବି ପିଇଲେ ଆଉ ନିଶା ଖସିବା ପରେ ସବୁ ବୁଝି ପାରିଲେ । କିନ୍ତୁ ସେତେବେଳକୁ ସବୁ ସରିଥିଲା ଦୁର୍ବୃତ୍ତ ଟଙ୍କା ସହ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟ ବି ଲୁଟି ନେଇଥିଲେ ।

ସୂଚନା ଅନୁସାରେ, ବରଗଡ ଜିଲ୍ଲାର ସରଭଙ୍ଗ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆସିଥିଲେ  । ଗତକାଲି ରାତିରେ ଖାଇବାପାଇଁ ମେଡିକାଲ ବାହାରକୁ ଯାଇ କିଛି ଅଚିହ୍ନା ଯୁବକଙ୍କ ସହିତ ବସି ମଦ ପିଇଥିଲେ । ମଦ ନିଶା ଚଢିଗଲା ପରେ ଦୁର୍ବୃତ୍ତ ତାଙ୍କଠାରୁ ୧୦ହଜାର ଟଙ୍କା ସହିତ ପିନ୍ଧିଥିବା ସାର୍ଟପ୍ୟାଣ୍ଟ ଲୁଟିନେଇଥିବା ଅଭିଯୋଗ ହୋଇଛି  ।

ଅନ୍ୟପଟେ ଭିମସାରରେ ଦିନକୁ ଦିନ ଲୁଟ୍ ବଢୁଥିବା ଅଭିଯୋଗ ହୋଇଛି  । ଏନେଇ ବୁର୍ଲା ଫାଣ୍ଡିରେ ଅନେକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଲୁଟେରାଙ୍କୁ ସାହାସ ଦେଉଥିବା ଅଭିଯୋଗ ହୋଇଛି ।

 

Leave a Reply