ବୁର୍ଲାରେ ମାତିଛନ୍ତି ଲୁଟେରା, ପୋଲିସ ହାତ ଖାଲି

ବୁର୍ଲା: ବୁର୍ଲାରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା। ଗୋଟିଏ ଦିନରେ ୩ଟି ଘର ଓ ଗୋଟିଏ ମନ୍ଦିରରେ ଦୁର୍ବୁତ୍ତମାନେ ଲୁଟ୍ କରିଛନ୍ତି । ବୁର୍ଲା ଥାନା ବିଷ୍ଣୁ ମନ୍ଦିର ପାଖ ଘରର କବାଟ ଭାଙ୍ଗି ଲୁଟ୍ ହୋଇଛି । ଏହା ସହିତ ସେହି ଅଞ୍ଚଳରେ ଥିବା ଏକ ମନ୍ଦିରର କବାଟ ତାଡ଼ି ଠାକୁରଙ୍କ ଅଳଙ୍କାର ସହିତ ଦାନବାକ୍ସକୁ ମଧ୍ୟ ଲୁଟେରାମାନେ ଲୁଟିନେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ୨୨ ତାରିଖରେ ତିନୋଟି ସ୍ଥାନରେ ଲୁଟ ହୋଇଥିଲା ।

ଏହି ଲୁଟ୍ ନେଇ ବୁର୍ଲା ଥାନାରେ ମାମଲା ପରେ ମଧ୍ୟ ପୋଲିସର ହାତ ଖାଲି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ବୁର୍ଲାରେ ଏବେ କ୍ରମାଗତ ଭାବେ ଲୁଟପାତ୍ ବଢିବାରେ ଲାଗିଛି । ପୋଲିସ ଲୁଟେରାଙ୍କ ଟେର୍ ପାଉନଥିବା ବେଳେ ଲୁଟେରାଙ୍କ ଉତ୍ପାତରେ ସାଧାରଣ ଲୋକେ ଅତିଶୟ ହୋଇ ପଡିଲେଣି । ତେବେ ପୋଲିସ ନିଜ ଆଡୁ ସବୁ ପ୍ରକାର ପ୍ରୟାସ କରୁଛି ଓ ଖୁବ୍ ଶୀଘ୍ର ଲୁଟେରା ଗାଙ୍ଗକୁ ଧରାଯିବ ବୋଲି ସେ କହିଛନ୍ତି ।

Leave a Reply