ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, ବଢ଼ିଲେ ହୋଇପାରେ ଲକ୍‌ଡାଉନ୍‌

1 min read

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମୁଛି । ଯେଉଁଥିପାଇଁ ଲକ୍‌ଡାଉନ ହେବା ଭଳି ସ୍ଥିତି ନାହିଁ। ଯଦି ଆଗାମୀ ଦିନରେ କରୋନା ସଂକ୍ରମଣ ବଢ଼େ ତାହେଲେ ଲକ୍‌ଡାଉନ୍‌କୁ ଏଡ଼ାଇ ଦିଆଯାଇ ନପାରେ । ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏହା କହିଛନ୍ତି ।

ମହାରାଷ୍ଟ୍ର ଓ କେରଳରେ ଲକଡାଉନ ଓ କିଛି ସ୍ଥାନରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି। ଜନସାଧାରଣ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍‌ର ଆବଶ୍ୟକତା ପଡିବନି । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢ଼େ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବନି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ବି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ସେହିପରି ଯେଉଁମାନେ ଟୀକା ନେଇଛନ୍ତି, ସେମାନଙ୍କ ଅନୁମତିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । କେତେ ଆଣ୍ଟିବଡି ମାତ୍ରା ହୋଇଛି ସେନେଇ ମଧ୍ୟ ପରୀକ୍ଷା କରାଯାଉଛି । ଦୈନିକ ୧୦୦ ଜଣଙ୍କ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ସାରା ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ସଚିବ ଏନେଇ ନିର୍ଦେଶନାମା ଜାରି କରିଛନ୍ତି।

ଅନ୍ୟପଟେ କେରଳ ଓ ମହାରାଷ୍ଟ୍ରରେ ଦ୍ଵିତୀୟ ଲହରୀ ଆସି ମୃତ୍ୟୁ ହାର ବଢିଛି ଓ ସଂକ୍ରମଣ ହାର ବି ବଢିଛି। ଆମର ବି ଏଠି କାଁ ଭାଁ ଦେଖାଯାଉଛି। ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ନ ହେଲେ ବଢିଲେ କିଛି କରି ହେବନି । ଗୋଟେ ବର୍ଷ ବନ୍ଦୀ ହୋଇ ରହିଲେ ଜନସାଧାରଣ, ପରେ ଜୀବନ ଜୀବିକା ପାଇଁ ନିୟମ କୋହଳ କରିଥିଲେ ସରକାର। ହେଲେ ସରକାର ନିୟମ ଭାଙ୍ଗିବାକୁ କାହାକୁ କହି ନଥିଲେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner