ମଦୁଆଙ୍କ ପାଇଁ ଏହି ସୁବିଧା ଦେଲା ସ୍ୱାସ୍ଥ୍ୟ ବିଭାଗ…

1 min read

ଭୁବନେଶ୍ୱର: କରୋନା ଲକଡାଉନ୍ ଯୋଗୁଁ ଠପ୍ ହୋଇଯାଇଛି ଜନଜୀବନ । ଜାରି ରହିଛି ମେଡିସିନ୍, ପରିବା, ଗ୍ରୋସରୀ ଭଳି ଅତ୍ୟାବଶ୍ୟକୀୟ ସେବା । ମଦ ଦୋକାନ ସବୁ ବନ୍ଦ ହୋଇ ଯାଇଥିବାରୁ ଏବେ ମଦ ପିଉଥିବା ଲୋକ ସବୁ ଚିନ୍ତାରେ । ସେମାନଙ୍କ ଠାରେ ଚିନ୍ତା, ଅସ୍ଥିରତାପଣ, ହୃଦସ୍ପନ୍ଦନ, ନିଶ୍ୱାସ ନେବାରେ ଅସୁବିଧା, ହାତ ଥରିବା, ନିଦ୍ରା ହୀନତା ଆଦି ସମସ୍ୟା ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏ ସମସ୍ୟାକୁ ଦେଖି ଏକ ଭିଡିଓ ଟ୍ୱିଟ୍ କରିଛି । ଏମ୍ସ ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓରେ ମଦ୍ୟ ପାନ କରୁଥିବା ବ୍ୟକ୍ତି ଏବେ କଣ କଲେ ଆଉ ଅସୁବିଧାରେ ପଡ଼ିବେ ନାହିଁ ସେନେଇ ବିସ୍ତୃତ ସୂଚନା ଦିଆଯାଇଛି ।

ଅଧିକ ପାଣି ପିଅନ୍ତୁ

ମଦକୁ ଛାଡ଼ି ରହିପାରୁ ନଥିବା ବ୍ୟକ୍ତିମାନେ ପାଣି ପିଇବା ଅଭ୍ୟାସ କରନ୍ତୁ । ଯେତେବେଳେ ମଦ ପିଇବା ଭାବନା ଆସୁଛି ସେତେବେଳେ ପାଣି ହିଁ ପିଅନ୍ତୁ । ଏହା ଆପଣଙ୍କୁ ଶକ୍ତି ଦେବ ।

ଟିଭି ଦେଖନ୍ତୁ

ସମୟ ଅତିବାହିତ କରିବାର ଆଉ ଗୋଟିଏ ମାଧ୍ୟମ ହେଉଛି ଟିଭି । ଟିଭି ଦେଖିବା ଦ୍ୱାରା ଆପଣଙ୍କ ଚିନ୍ତାଗ୍ରସ୍ତ ଭାରାକ୍ରାନ୍ତ ମନକୁ ଆଶ୍ୱସ୍ତି ମିଳିବ ।

ପରିବାର ସହ ସମୟ ବିତାନ୍ତୁ

ଏହି ସମୟକୁ ପରିବାର ସହ ବିତାନ୍ତୁ । ଦେଖିବେ ଆପଣଙ୍କ ପରିବାର ଆପଣଙ୍କୁ ପାଇଁ ଖୁସି ହେବ ।

ଉଦ୍ୟାନ କାର୍ଯ୍ୟ କରନ୍ତୁ

ଏଥିସହ ଆପଣ ଆପଣଙ୍କ ଗାର୍ଡେନ, ଛାତ ଉପରେ ବିଭିନ୍ନ ଫୁଲ ଓ ପନିପରିବା ଗଛ ଲଗାଇ ତାର ଯତ୍ନ ନେବା ସହ ନିଜ ମନକୁ ପ୍ରଫୁଲ୍ଲିତ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।

ବ୍ୟାୟାମ କରନ୍ତୁ

ନିଜକୁ ସୁସ୍ଥ ରଖିବାକୁ ବ୍ୟାୟାମ, ପ୍ରାଣାୟାମ, ଯୋଗ ଆଦି କରନ୍ତୁ ।

୮ରୁ ୯ ଘଣ୍ଟା ଶୁଅନ୍ତୁ

ଆପଣଙ୍କ ପାଇଁ ଅଧିକ ଶୋଇବା ଜରୁରୀ । ତେଣୁ, ଦୈନିକ ୮ରୁ ୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ଏତେସବୁ କାର୍ଯ୍ୟ କଲା ପରେ ତଥାପି ଯଦି ଆପଣ ଶାରିରୀକ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ୍ ଆପଣ ୧୦୪ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ବିଭାଗ ଠାରୁ ପରାମର୍ଶ ନେଇପାରିବେ ।

କରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ ଛାଡ଼ନ୍ତୁ ଏହି ୫ ଅଭ୍ୟାସ

Leave a Reply