କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: କାଲି ରାତି ୯ଟାରୁ ୪ ଜିଲ୍ଲାରେ ଲକ୍‌ଡାଉନ୍

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍‌ଡାଉନ୍‌ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍‌ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ ଲକ୍‌ଡାଉନ୍ । ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଓ ରାଉରକେଲା ମ୍ୟୁନସିପାଲଟି ଅଞ୍ଚଳରେ ଲକଡାଉନ୍ ଲାଗୁ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଏହି ଲକ୍‌ଡାଉନ୍ ସମୟରେ ଲୋକଙ୍କ ଯାତାୟତ ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯିବା ଆସିବା କରିବେ । 

ଲକଡାଉନ୍ କାଳରେ ଏହି ୪ ଜଲ୍ଲାକୁ ଅନ୍ୟ ଜିଲ୍ଲାର ଲୋକେ ଆସିପାରିବେ ନାହିଁ । ଏହି ୪ ଜିଲ୍ଲାରୁ ଅନ୍ୟ ୪ ଜିଲ୍ଲାକୁ ଗାଡ଼ି ଚଳାଚଳ କରିବ ନାହିଁ । ଦୈନିକ ୭ ଘଣ୍ଟା ଦୋକାନ ଖୋଲିବ । ସକାଳ ୬ରୁ ଦିନ ୧ଟା ଯାଏଁ କ୍ଷୀର, ଗ୍ରୋସରୀ ଦୋକାନ, ଆମିଷ ଦୋକାନ ଖୋଲା ରହିବ । ଏଥିସହିତ ସ୍ୱଗି ଓ ଜୋମାଟୋ ମାଧ୍ୟମରେ ଅନଲାଇନ୍ ଡେଲିଭରୀ ଜାରି ରହିବ । ଏବଂ ଶନିବାର ଓ ରବିବାର ପୂର୍ବ ଭଳି ସଟଡାଉନ୍ ରହିବ । ଭୁବନେଶ୍ୱରକୁ ଅନ୍ୟ କୌଣସି ଜିଲ୍ଲାରୁ ଗାଡ଼ି ଆସିପାରିବ ନାହିଁ । ପ୍ରିଣ୍ଟ ଓ ଇଲୋକଟ୍ରନିକ୍ସ ମିଡିଆ ଅଫିସ ଖୋଲାରହିବ, ନିଜ ନିଜ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ । ଗାଇଡଲାଇନ ଉଲ୍ଲଘଂନକାରୀଙ୍କୁ ମହାମାରୀ ଆକ୍ୱ ଅନୁଯାୟୀ ଦଣ୍ଡିତ କରାଯିବ ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬ ପ୍ରତିଶତ ସଂକ୍ରମିତ ଏହି ୪ ଜିଲ୍ଲାରୁ  । ଏବଂ ସୁନ୍ଦରଗଡ଼ରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୯୯ ପ୍ରତିଶତ ରାଉରକେଲା ମ୍ୟୁନସିପାଲଟି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି ଲକ୍‌ଡାଉନ୍ ସମୟରେ ବୈଜ୍ଞାନିକ ପଦ୍ଧତିରେ ସର୍ଭିଲାନ୍ସ କରାଯିବ । ପଜିଟିଭ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଆଇସଲେଟ୍ କରାଯିବ । ଜନସ୍ୱାର୍ଥ ଦୃଷ୍ଟିରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏବଂ ସରକାରଙ୍କ ଏହି ଗାଇଡଲାଇନକୁ ଦୃଢ଼ଭାବେ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ କିଛି ନିର୍ଦ୍ଦିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲାରହିବ । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ, ମେଡିସିନ ଷ୍ଟୋର ମଧ୍ୟ ଖୋଲାରହିବ । ଜଳ ଯୋଗାଣ  ଓ ଶାକ୍ତି ବିଭାଗ କର୍ମଚାରୀମାନେ ଯାତାୟତ କରିପାରିବେ ।

 

Leave a Reply