Loan Moratorium Period News : EMI ସୁଧ ଉପରେ ସୁଧ,କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଇଏମଆଇକୁ ପରେ ସୁଝିବାର ସୁବିଧା ଦେଇ ତା’ ଉପରେ ସୁଧ ନେବା ନୀତିକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।  ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ରିଜର୍ଭ ବ୍ୟାଙ୍କର ବାହନା କରି ନିଜ ଦାୟିତ୍ୱରୁ ବଂଚି ପାରିବେ ନାହିଁ । ଅଦାଲତ କହିଛନ୍ତି ଯେ, ଆପଣ ନିଜ ପୁରା ଧ୍ୟାନ କେବଳ ବ୍ୟବସାୟ ଉପରେ ରଖି ପାରିବେ ନାହିଁ,ଆପଣଙ୍କୁ ଲୋକଙ୍କ ଦୁଃଖ ମଧ୍ୟ ବୁଝିବାକୁ ପଡିବ ।

ଆରବିଆଇ ଉପରେ ଏଭଳି ଗମ୍ଭୀର ନିଷ୍ପତି ନ୍ୟସ୍ତ କରାଯାଇ ପାରିବ ନାହିଁ

ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରାକୃତିକ ବିପଦ ପ୍ରବନ୍ଧନ ଆଇନ ଅନୁସାରେ ସରକାରଙ୍କ ପାଖରେ ଲୋକଙ୍କ ଇଏମଆଇ ଉପରୁ ସୁଧ ଛାଡ କରିବାର ଅଧିକାର ରହିଛି । ଲକଡାଉନ୍ କାରଣରୁ ଉତ୍ପନ ଭୟାବହ ପରିସ୍ଥିତିରେ ସୁଧ ଅସୁଲ କରିବା କିମ୍ବା ନକରିବା ନିଷ୍ପତି ରିଜର୍ଭ ବ୍ୟାଙ୍କ ଉପରେ ଛଡା ଯାଇ ପାରିବ ନାହିଁ । ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧ ତାରିଖରେ ହେବ

ଇଏମଆଇ ମୋରାଟୋରିୟମ

ଲକଡାଉନ୍ କରାଣରୁ ରୋଜଗାର ସୁଯୋଗ ହ୍ରାସ ପାଇଛି । ଏମିତିରେ ଲୋନ୍ ଶୁଝିବା ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଥିଲା । ତେଣୁ ଲକଡାଉନ୍ ଆରମ୍ଭ କାଳରେ ରିଜର୍ଭ ବ୍ୟାଙ୍କ ଇଏମ୍ଆଇ ଉପରେ ମୋରାଟୋରିୟମ ଘୋଷଣା କରିଥିଲା । ଆରବିଆଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ  ଗ୍ରାହକଙ୍କୁ ଇଏମଆଇ ପୈଠ ନକରିବାକୁ ସୁଯୋଗ ଦେବାକୁ ବ୍ୟାଙ୍କ ମାନଙ୍କୁ କହିଥିଲା । ତେବେ ଏହି ଅବଧିରେ ସେମାନେ ସୁଧ ନେଇ ପାରିବେ ବୋଲି ଆରବିଆଇ ସ୍ପଷ୍ଟ କରିଥିଲା ।

EMI

ଆବେଦନକର୍ତ୍ତାଙ୍କ ଦାବି-ସୁଧ ଛାଡ ହେଉ

ଆରବିଆଇର ଏହି ନୀତି ବିରୋଧରେ ସୁପ୍ରିମକୋର୍ଟରେ ପିଲ୍ ଦାଖଲ ହୋଇଥିଲା । ଲୋନ୍ ମୋରାଟୋରିୟମ ପିରିୟଡ୍ କାଳରେ ସୁଧ ଛାଡ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ଆବେଦନକର୍ତ୍ତାଙ୍କ ଯୁକ୍ତି ଯେ, ଭାରତ ସରକାର ଜାଣିଶୁଣି ବାରମ୍ବାର ଶୁଣାଣି ଟାଳିବାକୁ ନିବେଦନ କରୁଛନ୍ତି । ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏସବିଆଇ କିମ୍ବା ଆରବିଆଇ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନାହିଁ ।

ଆରବିଆଇ ପଛରେ ଲୁଚନ୍ତୁ ନାହିଁ କେନ୍ଦ୍ର ସରକାର

ଆବେଦନ ଉପରେ ଶୁଣାଣି କାଳରେ ଅଦାଲତ କହିଥିଲେ ଯେ, ‘ଏମିତି ଲାଗୁଛି କେନ୍ଦ୍ର ସରକାର ଏହି ମାମଲାରେ ଆରବିଆଇ ନିଷ୍ପତି ଆଳ ନେଇ ଦାୟିତ୍ୱରୁ ଖସିବାକୁ ଚାହୁଁଛନ୍ତି , ଯେତେବେଳେ କି କେନ୍ଦ୍ର ସରକାର ପାଖରେ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନୁସାରେ ଇଏମଆଇ ଉପରେ ମୋରାଟୋରିୟମ ପିରିୟଡ କାଳରେ ସୁଧ ଉପରେ ସୁଧ ନେବାକୁ ରୋକିବ ପାଇଁ ନିଷ୍ପତି ନେବାର ପର୍ଯ୍ୟାପ୍ତ କ୍ଷମତା ରହିଛି

SUPREME COURT

ଆରବିଆଇ ସହ ମିଶି କାମ କରୁଛୁ –କେନ୍ଦ୍ର

ସଲିସିଟର ଜେନରାଲ ତୁଷାର ମେହତା କହିଛନ୍ତି ଯେ, କେନ୍ଦ୍ର ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆରବିଆଇ ସହ ମିଶି କାମ କରୁଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ଆରବିଆଇଠାରୁ ଅଲଗା ହୋଇ ପାରିବ ନାହିଁ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସତ୍ୟପାଠରେ ଲୋନ୍ ମୋରାଟୋରିୟମକୁ ନେଇ କେନ୍ଦ୍ର ନିଜ ପକ୍ଷ ସ୍ପଷ୍ଟ କରୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି

ଜଷ୍ଟିସ ଅଶୋକ ଭୁଷଣ ସଲିସିଟର ଜେନରାଲଙ୍କୁ କହିଥିଲେ ଯେ, କେନ୍ଦ୍ର ଏହି ମାମଲାରେ ନିଜ ପକ୍ଷ ସ୍ପଷ୍ଟ କରିବା ଉଚିତ । କାରଣ ସରକାର ହିଁ ପୁରା ଦେଶରେ ଲକଡାଉନ୍ ଲାଗୁ କରିଥିଲେ  । ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଉପରେ ସରକାରଙ୍କୁ ନିଜ ପକ୍ଷ ସ୍ପଷ୍ଟ କରିବାକୁ ପଡିବ । ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟ ବିଚାରପତି ଜଷ୍ଟିସ ଏମଆଇର ଶାହ କହିଥିଲେ ଯେ,ଏହା କେବଳ ବ୍ୟବସାୟ କଥା ଭାବିବାର ସମୟ ନୁହେଁ । ସରକାରଙ୍କୁ ଲୋକଙ୍କ ଦୁଃଖ ମଧ୍ୟ ଦେଖିବାକୁ ପଡିବ ।

Leave a Reply